ନୂଆଦିଲ୍ଲୀ: ଜମି କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କୁ ପଚରାଉଚରା କରିଛି।

Advertisment

ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ବ୍ୟବସ୍ଥା ଅନୁଯାୟୀ ୭୬ ବର୍ଷୀୟ କଂଗ୍ରେସ ନେତାଙ୍କ ବୟାନ ନୂଆଦିଲ୍ଲୀ ସ୍ଥିତ ନିଜ କାର୍ଯ୍ୟାଳୟରେ ରେକର୍ଡ କରିଛି ଆଣ୍ଟି ମନି ଲଣ୍ଡରିଂ ଏଜେନ୍‌ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।
୨୦୦୪-୦୭ ମସିହାରେ ମାନେସରରେ ଜମି ଅଧିଗ୍ରହଣରେ ଅନିୟମିତତା ଅଭିଯୋଗରେ ବରିଷ୍ଠ ସରକାରୀ ଅଧିକାରୀ ଓ ଅମଲାମାନଙ୍କ ସହଯୋଗରେ ସିବିଆଇ ଏଫଆଇଆର ରୁଜୁ କରିଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ ହୋଇଛି।

ସେପ୍ଟେମ୍ବର, ୨୦୧୬ରେ ହରିୟାଣା ପୁଲିସର ଏଫଆଇଆର ଆଧାରରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ନାମରେ ମନି ଲଣ୍ଡରିଂ (ପିଏମଏଲଏ) ମାମଲା ରୁଜୁ କରାଯାଇଥିଲା।
ଏହି ଜମି ଅଧିଗ୍ରହଣ ମାମଲାରେ ଅନେକ ଚାଷୀ ଓ ଜମି ମାଲିକ ପ୍ରାୟ ୧୫୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ କରିଥିଲେ।