ଷଣ୍ଢ ଗିଳିଦେଲା ସୁନା ଅଳଙ୍କାର

ନୂଆଦିଲ୍ଲୀ : ହରିୟାଣାରେ ଏଭଳି ଏକ ଘଟଣା ଘଟିଛି, ଯାହା ଶୁଣିବା ପରେ ଜଣେ ହସିହସି ବେଦମ ହୋଇଯିବ। ହରିଆଣାର ଏକ ପରିବାର ପରିବା ଚୋପା, ବଳକା ଖାଦ୍ୟ ମଧ୍ୟରେ ଭୁଲ୍‌ରେ ଏକ ସୁନା ଅଳଙ୍କାରକୁ ଷଣ୍ଢ ଆଗକୁ ଫିଙ୍ଗି ଦେଇଥିଲେ। ଷଣ୍ଢ ଖାଦ୍ୟ ସମେତ ସୁନା ଅଳଙ୍କାରଟିକୁ ଗିଳି ଦେଇଥିଲା। ୪୦ ଗ୍ରାମ୍‌ର ସୁନା ଅଳଙ୍କାରଟି ଷଣ୍ଢର ପେଟ ଭିତରକୁ ଚାଲିଯିବା ଜାଣିବା ପରେ ପରିବାର ଲୋକେ ଦୀର୍ଘ ସମୟ ଧରି ଷଣ୍ଢର ମଳତ୍ୟାଗ କରିବାକୁ ଅପେକ୍ଷା କରିଥିଲେ। ମାତ୍ର ଛଅ ଘଣ୍ଟା ବିତି ଯାଇଥିଲେ ବି ଷଣ୍ଢଟି ମଳତ୍ୟାଗ କରି ନଥିଲା। ଏହାକୁ ନେଇ ପରିବାର ଲୋକେ ବିଚଳିତ ହୋଇ ପଡ଼ିଥିଲେ। ପରିବାରର ଲୋକେ ପ୍ରଥମେ ଭାବିଥିଲେ ସୁନା ଅଳଙ୍କାରଟି କେଉଁଠି ହଜି ଯାଇଛି। ମାତ୍ର, ଘରେ ଲାଗିଥିବା ସିସିଟିଭି ଯାଞ୍ଚ କଲାବେଳେ ଷଣ୍ଢ ପରିବା ଚୋପା ମଧ୍ୟରେ ଭୁଲରେ ରହିଯାଇଥିବା ସୁନା ଅଳଙ୍କାରଟିକୁ ଖାଉଥିବା ଜଣାପଡ଼ିଥିଲା। ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର