ନୂଆଦିଲ୍ଲୀ: ଦେଶରେ ଏବେ ୮ଟି କରୋନା ଟିକା ପରେ ଉପରେ ପରୀକ୍ଷା ଚାଲିଛି। ସେ ମଧ୍ୟରେ ରହିଛି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହିତ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ସ୍ୱଦେଶୀ ଟିକା କୋଭାକ୍ସିିନ। ଦେଶରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ପୂର୍ବରୁ ଚେନ୍ନାଇର ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ କରିଥିବା ବେଳେ ଏବେ ଟିକାର ପରୀକ୍ଷାମୂଳକ ଡୋଜ ନେଇ କରୋନା ଆକ୍ରାନ୍ତ ହୋଇଛନ୍ତି ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍।
ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ମୁଁ କରୋନା ଆକ୍ରାନ୍ତ ହୋଇଛି | ମୋତେ ଅମ୍ବାଲା କ୍ୟାଣ୍ଟମେଣ୍ଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତିି, ସେମାନେ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ ବୋଲି ସେ ଟୁଇଟ୍ କରିଛନ୍ତି।
I have been tested Corona positive. I am admitted in Civil Hospital Ambala Cantt. All those who have come in close contact to me are advised to get themselves tested for corona.
— ANIL VIJ MINISTER HARYANA (@anilvijminister) December 5, 2020
ସୂଚନା ମୁତାବକ, ନଭେମ୍ବର ୨୦ତାରିଖରେ କୋଭାକ୍ସିିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ସ୍ବେଚ୍ଛାସେବୀ ଭାବେ କରୋନା ଟିକା ନେଇଥିଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ। ଟିକା ଦିଆଯିବା ପରେ ଏବେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି।