ଚଣ୍ଡିଗଡ଼: ଦୀର୍ଘ ୫୦ ଘଣ୍ଟା ପରେ ଶେଷରେ ହରିଆଣାର ହିସାର ଜିଲ୍ଲାର ଏକ ବୋର୍ୱେଲ୍ରେ ଖସି ପଡ଼ିଥିବା ୧୮ ମାସର ଶିଶୁକୁ ଶୁକ୍ରବାର ସଂଧ୍ୟାରେ ବାହାର କରାଯାଇଛି। ଶିଶୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଶିଶୁଟିର ଅବସ୍ଥା ଭଲ ଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହରିଆଣାର ହିସାର ଜିଲ୍ଲାସ୍ଥିିତ ବଲସମନ୍ଦ ଗ୍ରାମର ନଦିମ ଖାନ ବୁଧବାର ସଂଧ୍ୟାରେ ଖେଳୁଥିବା ବେଳେ ବୋର୍ୱେଲ୍ ଭିତରକୁ ଖସି ପଡ଼ିଥିଲା। ଶିଶୁଟି ବୋର୍ୱେଲ୍ରେ ଖସି ପଡ଼ିବା ପରେ ପାଖରେ ଥିବା ଲୋକ ଚିତ୍କାର କରିବାରୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ।
ଖବର ପାଇଁ ଉଦ୍ଧାରକାରୀ ଦଳ ଆସି ବୋର୍ୱେଲ୍ ଭିରତକୁ ଅମ୍ଳଜାନ ଥଳି ପକାଇଥିଲେ। ଫଳରେ ଶିଶୁଟିକୁ ନିଶ୍ୱାସ ନେବାରେ କୌଣସି ସମସ୍ୟା ହୋଇନଥିଲା। ଶିଶୁଟିକୁ ବୋର୍ୱେଲ୍ ଭିତରେ ବଞ୍ଚାଇ ରଖିବା ପାଇଁ ବିସ୍କୁଟ୍ ଏବଂ ଫଳ ବି ପଠାଯାଇଥିଲା। ବୋର୍ୱେଲ୍ ଭିତରକୁ ସିସିଟିଭି କ୍ୟାମେରା ପଠାଯାଇ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାକୁ ପର୍ଯ୍ୟବେକ୍ଷଣ କରାଯାଇଥିଲା ମଧ୍ୟ।
ଶିଶୁଟିକୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, ଏନ୍ଆର୍ଡିଏଫ୍ କର୍ମଚାରୀ ଓ ସ୍ଥାନୀୟ ସରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କିରିଥିଲେ। ଉଦ୍ଧାରକାରୀ ବୋର୍ୱେଲ୍ର ମୁହଁକୁ ବଡ଼ କରି ଶିଶୁଟିକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଚଳାଥିଲେ ବୋଲି ସୂଚନା ମିଳିଥିଲା।