ହରିୟାଣା ଗୃହମନ୍ତ୍ରୀଙ୍କ ଗାଡ଼ିମାଳା ଦୁର୍ଘଟଣାଗ୍ରସ୍ତ

ଚଣ୍ଡୀଗଡ଼ : କୁଣ୍ଡଲି-ମନେସର-ପାଲୱାଲ ଏକ୍ସପ୍ରେସ୍‌ୱେରେ ଶନିବାର ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ଗାଡ଼ିମାଳା (କନଭୟ) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍ ପଛରୁ ଆସି ମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକ ଭିତରୁ ଗୋଟିକୁ ଧକ୍କା ଦେଇଥିଲା। ସେହି ଗାଡ଼ି ମନ୍ତ୍ରୀଙ୍କ ସୁରକ୍ଷା କର୍ମଚାରୀମାନେ ଯାଉଥିବା ଏସ୍‌ୟୁଭିକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ଟ୍ରକ୍ ଚଳାଉଥିବା ଡ୍ରାଇଭର ଜଣକ କାନରେ ଇୟରପ୍ଲଗ୍ ଗୁଞ୍ଜି ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ତାଙ୍କ ଅମ୍ବାଲା-ସ୍ଥିତ ବାସଭବନକୁ ଫେରିଯାଇଛନ୍ତି ଏବଂ ଦୁର୍ଘଟଣାରେ ତାଙ୍କର କିମ୍ବା ତାଙ୍କର କୌଣସି ସୁରକ୍ଷା କର୍ମୀଙ୍କର କ୍ଷତି ହୋଇନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର