ନୂଆଦିଲ୍ଲୀ: ହରିୟାଣା ପୌର ନିର୍ବାଚନରେ ବିଜେପି ବାଜି ମାରିଛି। ୭ଟି ପୌର ନିଗମ ଫରିଦାବାଦ୍, ହିସାର, ରୋହତକ, କର୍ନଲ, ଯମୁନାନଗର, ଗୁରୁଗ୍ରାମ ଏବଂ ମନେସରରେ ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ହୋଇଥିଲା। ଏହି ପୌର ନିର୍ବାଚନରେ ବିଜେପି ୩୨ଟି ଆସନରୁ ୨୫ଟି ଆସନରେ ଜିତିଛି। ୧୦ଟି ମେୟର ପଦରୁ ବିଜେପି ୯ଟି ମେୟର ପଦ ହାସଲ କରିଛି। କଂଗ୍ରେସ ପୁଣିଥରେ ପରାଜୟ ସ୍ବୀକାର କରିଛି। ବିରୋଧୀ ଦଳର ବରିଷ୍ଠ ନେତା ଭୁପିନ୍ଦର ହୁଦାଙ୍କ ଗଡ଼ ଗୁରୁଗ୍ରାମ ଏବଂ ରୋହତକରେ ବି କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟର ସମସ୍ତ ପ୍ରମୁଖ ପୌର ନିଗମରେ ସମସ୍ତ ୱାର୍ଡ ମେମ୍ବର୍, ମେୟର ପଦ ପାଇଁ ନିର୍ବାଚନ ହୋଇଥିଲା। ସେହିପରି ୪ଟି ପୌର ପରିଷଦ ଏବଂ ୨୧ଟି ପୌର କମିଟିର ସମସ୍ତ ୱାର୍ଡ ସଦସ୍ୟ ଏବଂ ସଭାପତି ପଦ ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା।
ହରିୟାଣା ପୌର ନିର୍ବାଚନ: ବିଜେପିର ବିପୁଳ ବିଜୟ, ୩୨ରୁ ୨୫ଟି ପୌର ଆସନରେ ବିଜୟୀ, ୧୦ରୁ ୯ଟି ମେୟର ପଦ ଜିତିଲା
ହରିୟାଣା ପୌର ନିର୍ବାଚନରେ ବିଜେପି ବାଜି ମାରିଛି। ୭ଟି ପୌର ନିଗମ ଫରିଦାବାଦ୍, ହିସାର, ରୋହତକ, କର୍ନଲ, ଯମୁନାନଗର, ଗୁରୁଗ୍ରାମ ଏବଂ ମନେସରରେ ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ହୋଇଥିଲା।
/sambad/media/media_files/2025/03/13/QWmFBmWf1XMJIjG152IW.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)