ଆତଙ୍କବାଦୀ ଗିରଫ ହୋଇଥିବା ସ୍ଥାନର ଭୁଲ ସୂଚନା ଦେଇ ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ: ହରିୟାଣାରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି। ତେବେ ଆତଙ୍କବାଦୀକୁ ଗିରଫ କରାଯାଇଥିବା ସ୍ଥାନର ଭୁଲ ସୂଚନା ଦେଇଥିବାରୁ ଅମ୍ବାଲା ଛାବନିରେ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଦୈନିକ ଭାସ୍କରର ସାମାଚାର ସମ୍ପାଦକ ସନ୍ଦୀପ ଶର୍ମା ଓ ସମ୍ବାଦଦାତା ସୁନୀଲ ବରାରଙ୍କ ବିରୋଧରେ ଗୁରୁବାର ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୧୫୩, ୧୭୭, ୫୦୪ ଓ ୫୦୫ରେ ମାମଲା ରୁଜୁ କରାଯାଇଛି। ବରାରଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତକୁ ନିଆଯାଇଛି। ଏଥିସହିତ ଶର୍ମାଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି।

ପଞ୍ଜାବ ପୁଲିସ ବୁଧବାର ଅମ୍ବାଲାର ମରଦୋନ ସାହିବ ଗ୍ରାମରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଟିଫିନ ବୋମାର ଷଡଯନ୍ତ୍ର କରୁଥିବା ଘଟଣା ଗିରଫ କରାଯାଇଥିଲା। ଗିରଫ ପରଦିନ ଖବର କାଗଜରେ ପ୍ରକାଶ ପାଇଥିଲା କି ‘ପଞ୍ଜାବ ପୁଲିସ ଆଇଓସି ଡିପୋ ନିକଟରେ ଥିବା କ୍ୟାଣ୍ଟରୁ ଆତଙ୍କବାଦୀକୁ ଗିରଫ କରିଥିଲା। ଏହି ଖବର ବାହାରିବାର ପରଦିନ ଭୁଲକୁ ସଂଶୋଧନ କରାଯାଇଥିଲା।

ଅମ୍ବାଲା କ୍ୟାଣ୍ଟ ପୁଲିସ ଷ୍ଟେସନର ଇନ୍ସପେକ୍ଟର ବିଜୟ କୁମାର କହିଛନ୍ତି, ଖବରଟିର ସଠିକ ଯାଞ୍ଚ ନକରି ଖବର ଛାପି ଥିବାରୁ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସମ୍ବାଦିକ ସୁନୀଲ ଓ ସନ୍ଦୀପ ଶର୍ମା ମିଥ୍ୟା ଖବର ଛାପି ଲୋକଙ୍କୁ ଭୟଭୀତ କରିଥିଲେ।

ସମ୍ବନ୍ଧିତ ଖବର