ସ୍ବାମୀଙ୍କୁ ହତ୍ୟା କରିବା ପରେ ବି ପେନସନରୁ ବଞ୍ଚିତ ହେବେ ନାହିଁ ସ୍ତ୍ରୀ: ପଞ୍ଜାମ-ହରିୟାଣା ହାଇକୋର୍ଟ

ଚଣ୍ଡୀଗଡ଼: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଏହି ଶୁଣାଣି ଅନୁଯାୟୀ ଯଦି କୌଣସି କାରଣକୁ ନେଇ ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥାଆନ୍ତି, ଏହାପରେ ବି ସ୍ତ୍ରୀ ପରିବାର ପେନସନ ପାଇପାରିବେ। ଏଥିରେ ତାଙ୍କର ଅଧିକାର ରହିଛି। ଏଥିରୁ ସ୍ତ୍ରୀଙ୍କୁ କେହି ବି ହେଲେ ବଞ୍ଚିତ କରି ପାରିବେ ନାହିଁ।

ବଲଜିତଙ୍କ ସ୍ବାମୀ ତରସେସ ସିଂ ହରିୟଣା ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ଥିଲେ। ୨୦୦୮ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ଘଟଣାରେ ପୁଲିସ ୨୦୦୯ରେ ବଲଜିତଙ୍କୁ ଗିରଫ କରିଥିଲା। ୨୦୧୧ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ହରିୟାଣା ସରକାର ତାଙ୍କର ପେନସନ ବନ୍ଦ କରି ଦେଇଥିଲେ। ବଲଜିତ କୌର ଏନେଇ ହରିୟାଣା ରାଜ୍ୟ ସରକାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ବଲଜିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

court on family pension

ଏହି ମାମଲାକୁ ନେଇ ହାଇକୋର୍ଟ ଜାନୁଆରି ୨୫ରେ ଶୁଣାଣି କରିଥିଲେ। ଏହି ଶୁଣାଣିରେ ୧୯୭୨ରେ ‌ପେନସନ ନିୟମ ଅନୁସାରେ ହାଇକୋର୍ଟ ବଲଜିତଙ୍କ ପେନସନ ପୁଣି ଜାରି ରଖିବାକୁ ନି‌ର୍ଦେଶ ଦେଇଛନ୍ତି।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ହରିୟାଣା ସରକାରଙ୍କ ଏହି ନିଷ୍ପତ୍ତିକୁ ଖରାଜ କରି  ବିଭାଗକୁ ସମସ୍ତ ବକେୟା ରାଶି ସହିତ ଆବେଦନକାରୀଙ୍କୁ ଆସନ୍ତା ୨ମାସ ମଧ୍ୟରେ ସମସ୍ତ ପେନସନ ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ବି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର