ନୂଆଦିଲ୍ଲୀ: ହରିୟାଣାର ଗୋଟାଏ ସ୍କୁଲ୍‌ ‘କାନ ଧରି ଉଠାବସା’ ହେବାକୁ ‘ସୁପର୍‌ ବ୍ରେନ୍‌ ଯୋଗ’ ଭାବେ ପାଠ୍ୟକ୍ରମରେ ସ୍ଥାନିତ କରିଛି। ପାଇଲଟ୍‌ ପ୍ରୋଜେକ୍ଟ୍‌ ଅଧୀନରେ ଭିଓ୍ଵାନିର ଏହି ସରକାରୀ ବିଦ୍ୟାଳୟଟି ‘ଉଠାବସା’ ହେବାକୁ ବାଧ୍ୟତାମୂଳକ କରିବାକୁ ଯାଉଛି।

Advertisment

ଗୁରୁବାର ଦିନ ଏଜୁକେସନ୍‌ ବୋର୍ଡର ସଚିବ ରାଜୀବ କୁମାର କହିଛନ୍ତି: ଏଇଟା ଗୋଟାଏ ସୁପର୍‌ ବ୍ରେନ୍‌ ଯୋଗ। ଏହା ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବଢ଼ାଏ ବୋଲି ବିଜ୍ଞାନସମ୍ମତ ଭାବେ ପ୍ରମାଣିତ। ଆସନ୍ତାକାଲି ଠାରୁ ଆବେ ଏହାକୁ ଆରମ୍ଭ କରିବୁ।

publive-image Image Source: India Today

ଫିଲିପ୍ପିନ୍‌ସ୍‌ର ଅଧ୍ୟାତ୍ମିକ ଗୁରୁ ଚୋଆ କୋକ୍‌ ସୁଇଙ୍କ ଲିଖିତ ଗୋଟାଏ ପ୍ରକାଣ୍ଡ ପୁସ୍ତକରେ ଏଇ ସୁପର ବ୍ରେନ୍‌ ଯୋଗ ପ୍ରସଙ୍ଗ ଉଲ୍ଲେଖ ଅଛି। ସୁଇଙ୍କ କହିବା ଅନୁସାରେ, ଶରୀରର ଆଦିଶକ୍ତି ଉପରେ ନିୟନ୍ତ୍ରଣ ଆଣିବାକୁ ‘ଉଠାବସା’ ହେଉଛି ମସ୍ତିଷ୍କ ଦକ୍ଷତା ବଢ଼ାଇବା ପାଇଁ ଗୋଟାଏ ପ୍ରାଚୀନ ଭାରତୀୟ କୌଶଳ।

ତାଙ୍କ ମତରେ ଏହା ବୌଦ୍ଧିକତା ସାମର୍ଥ୍ୟ ବଢ଼ାଏ, ସ୍ମୃତିଶକ୍ତି ତେଜିଆନ୍‌ କରେ ଓ ଏକାଗ୍ରତା ବଢ଼ାଏ।

ଚୋଆ କୋକ୍‌ ସୁଇ ହେଉଛନ୍ତି ‘ପ୍ରାନିକ୍‌ ହିଲିଙ୍ଗ୍‌ ଆଣ୍ଡ୍‌ ଆର୍‌ହେଟିକ୍‌ ଯୋଗ’ ସଂସ୍ଥାପକ। ଦେଶର ୪୫ଟି ସ୍ଥାନରେ ସେ ଆରୋଗ୍ୟ କେନ୍ଦ୍ର ସ୍ଥାପନ କରିଛନ୍ତି।