ଉପ-ବାଚସ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା: ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୁଲିସ

ନୂଆଦିଲ୍ଲୀ: ହରିଆଣା ବିଧାନସଭାର ଉପ-ବାଚସ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ଅଭିଯୋଗ ହୋଇଥିଲା କି ବିବାଦୀୟ କୃଷି ଆଇନକୁ ବିରୋଧ କରିବା କ୍ରମରେ ଉପ-ବାଚସ୍ପତି ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ରୁ ଅଧିକ କୃଷକ ଆକ୍ରମଣ କରି ତାଙ୍କ ଗାଡିକୁ ଭାଙ୍ଗି ଦେଇଥିଲେ ।

ଏଭଳି ଘଟଣା ଜୁଲାଇ ୧୧ ତାରିଖରେ ହରିଆଣାର ସୀରସାଠାରେ ଘଟିଥିଲା । ଏହି ଘଟଣାକୁ ନେଇ କୃଷକମାନଙ୍କ ଉପରେ ରାଜଦ୍ରୋହ ଦଫା ଆଧାରରେ ମାମଲା ରୁଜୁ ହୋଇଛି । ଏହା ସହ ହତ୍ୟା ଉଦ୍ୟମ ଓ ଲୋକ ସେବକଙ୍କୁ ସାର୍ବଜନିକ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ରହିଛି । ହରିଆଣା କୃଷକ ଆନ୍ଦୋଳନର ୨ ପ୍ରମୁଖ ନେତା ହରଚରଣ ସିଂ ଓ ପ୍ରହ୍ଲାଦ ସିଂଙ୍କ ନାମ ବି ଏହି ମାମଲାରେ ରହିଛି ।

ଏହି ଖବର ଆସିବାର କିଛି ଘଣ୍ଟା ପରେ ଏହି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା କହିଛନ୍ତି କି, ରାଜଦ୍ରୋହ ଆଇନ ବ୍ରିଟିଶ ଶାସନ ସମୟରେ ବ୍ୟବହାର କରାଯାଉଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ଏହାର କ’ଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର