ଅମ୍ବାଲା: ନେପାଳୀଙ୍କ ପରି ଦିଶୁଥିବା କାରଣରୁ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ସରକାରୀ କର୍ତ୍ତୃପକ୍ଷମାନେ ପାସ୍ପୋର୍ଟ ଦେବାକୁ ମନା କରିଦେଇଥିବା କଥା ଏଠାରେ ବୁଧବାର ଦିନ ଜଣେ ଯୁବତୀ କହିଛନ୍ତି।
ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ କୁହନ୍ତି: ପାସ୍ପୋର୍ଟ ଲାଗି ଆମେ ଚଣ୍ଡିଗଡ଼ ଅଫିସ୍କୁ ଯିବାରୁ ଆମ ମୁହଁ ଦେଖି ସେମାନେ ନେପାଳୀ ବୋଲି ଲେଖିଦେଲେ। ଜାତୀୟତା ପ୍ରମାଣ କରିବାକୁ ସେମାନେ ଆମକୁ କହିଲେ।
ସେ ଆହୁରି କହିଛନ୍ତି, ଏ ବିଷୟ ମନ୍ତ୍ରୀ ଅନୀଲ ବିଜ୍ଙ୍କୁ କହିବା ପରେ ଯାଇ ଆମ ପାସ୍ପୋର୍ଟ ତିଆରି ପ୍ରକ୍ରିୟା ଆରମ୍ଭ ହେଲା।
Image Source: NDTVଅମ୍ବାଲାର ଡେପୁଟି ପୁଲିସ କମିସନର ଅଶୋକ ଶର୍ମା କହନ୍ତି: ଭଗତ ବାହାଦୁର ନାମକ ଜଣେ ବ୍ୟକ୍ତି ତାଙ୍କର ଦୁଇ ଝିଅ ସନ୍ତୋଷ ଏବଂ ହେନାଙ୍କୁ ଧରି ପାସ୍ପୋର୍ଟ ନିମନ୍ତେ ଚଣ୍ଡିଗଡ଼ସ୍ଥିତ ପାସ୍ପୋର୍ଟ କାର୍ଯ୍ୟାଳୟକୁ ଯାଇଥିଲେ। ଆବେଦନକାରୀମାନେ ନେପାଳୀଙ୍କ ପରି ମନେହେଉଛନ୍ତି ବୋଲି କାଗଜପତ୍ରରେ ଲେଖି ସେମାନେ ତାଙ୍କୁ ପାସ୍ପୋର୍ଟ ଦେବାକୁ ମନା କରିଥିଲେ।
Image Source: India Todayସେ ଆହୁରି କହିଛନ୍ତି: ମାମଲା ମୋ ଦୃଷ୍ଟିକୁ ଆସିବାକ୍ଷଣି ମୁଁ ତତ୍ପରତା ପ୍ରକାଶ କଲି। ମୋ ହସ୍ତକ୍ଷେପ ପରେ ପାସ୍ପୋର୍ଟ ଅଫିସ୍ ଦୁଇ ଭଉଣୀଙ୍କୁ ଡକାଇଥିଲେ। ଖୁବ୍ ଶୀଘ୍ର ସେମାନଙ୍କ ନିକଟରେ ପହଞ୍ଚିଯିବ।
ଏହାଛଡ଼ା ଘଟଣାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Sisters-Didnt-Get-Passports-Due-to-Their-Face-Cut_Thumbnail-1.jpg)