ଚଣ୍ଡୀଗଡ: ଚଳିତ ବର୍ଷ ଲୋକସଭା ନିର୍ବାଚନ ସାଙ୍ଗକୁ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ହରିଆଣାରେ। ଏଥିପାଇଁ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ଏକ ଉଲ୍ଲେଖନୀୟ ତଥ୍ୟ ଜଣାଯାଇଛି। ଏଥର ଭୋଟର ତାଲିକାରେ ଥିବା ୫୯୧୦ଜଣ ଭୋଟରଙ୍କର ବୟସ ଶହେ ବର୍ଷରୁ ଅଧିକ। ଏହି ଶତାୟୁମାନେ ଆଗାମୀ ସାଧାରଣ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ।
ଠିକ୍ ସେହିପରି ହରିଆଣାର ୯୦ରୁ ୯୯ ବର୍ଷ ଭିତରେ ବୟସ ହୋଇଥିବା ବୃଦ୍ଧ ଭୋଟରଙ୍କ ସଂଖ୍ୟା ୯୦ ହଜାର। ଏହି ଭୋଟର ତାଲିକାରୁ ଜଣାଯାଇଛି ହରିଆଣାର କରନାଲ୍ ଜିଲ୍ଲାରେ ସର୍ବାଧିକ ଶତାୟୁ ଭୋଟର ଅଛନ୍ତି। ଏହି ଜିଲ୍ଲାରେ ୫୫୩ ଜଣ ଶତାୟୁ ଭୋଟର ଅଛନ୍ତି। ଅପରପକ୍ଷରେ ସବୁଠାରୁ କମ୍ ସଂଖ୍ୟକ ଶତାୟୁ ଭୋଟର ପଞ୍ଚକୁଳା ଜିଲ୍ଲାରେ ଅଛନ୍ତି। ଏମାନଙ୍କ ସଂଖ୍ୟା ୧୧୧ ବୋଲି ଜଣାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ହରିଆଣାରେ ସବୁଠାରୁ ଅଧିକ ଶତାୟୁ ଭୋଟର୍ ଥିବା ଜଣାଯାଇଛି। ଗତ ନିର୍ବାଚନରେ ଅଧିକାଂଶ ଶତାୟୁ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ ବୋଲି ବି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Senior-Citizen-Voters-in-Haryana_Thumbnail-1.jpg)