ନୂଆଦିଲ୍ଲୀ: ହରିଆଣାର ପାନିପଥରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ମାମଲାଟି ୨୦୨୧ ମସିହାର ହୋଇଥିବା ବେଳେ ପୁଲିସ୍ ଏବେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
୨୦୨୧ ମସିହା ଅକ୍ଟୋବର ୫ ତାରିଖରେ ପୀଡିତ ବିନୋଦ ବରଡାଙ୍କୁ ପଞ୍ଜାବର ଏକ ଗାଡ଼ି ଧକ୍କା ଦେଇଥିଲା। ସେ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ କିନ୍ତୁ ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା। ଦୁଇ ମାସ ପରେ, ଡିସେମ୍ବର ୨୧ ତାରିଖରେ ବିନୋଦ ବରଡାଙ୍କୁ ପାନିପଥରେ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା।
ତଦନ୍ତରୁ ଏବେ ଜଣାପଡିଛି ଯେ ବିନୋଦଙ୍କ ପତ୍ନୀ ନିଧି ତାଙ୍କ ପ୍ରେମିକ ସୁମିତଙ୍କ ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସେମାନେ ପ୍ରଥମେ ଏକ ଦୁର୍ଘଟଣା ଘଟାଇଥିଲେ, ଯେଉଁଥିରେ କି ବିନୋଦ ବଞ୍ଚିଯାଇଥିଲେ। ପରେ ସେମାନେ ବିନୋଦଙ୍କୁ ଗୁଳି କରି ହତ୍ୟା କରିଥିଲେ।
୨୦୨୧ ଡିସେମ୍ବରରେ ବିନୋଦଙ୍କ ମାମୁ ବିରେନ୍ଦ୍ର ଅଭିଯୋଗ ଦାଖଲ କରିଥିବା ବେଳେ ଏହି ଖବର ପ୍ରକାଶ ପାଇଥିଲା। ସେ ପୁଲିସରେ ଅଭିଯୋଗ ଆଣିବା ପରେ ଦୁର୍ଘଟଣା ମାମଲାରେ ଡ୍ରାଇଭର ଦେବ ସୁନାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା।
ତାହାର ଠିକ୍ ପନ୍ଦର ଦିନ ପରେ, ବାଥୀଣ୍ଡା ନିବାସୀ ଦେବ ସୁନାର ଏକ ସମାଧାନ ପାଇଁ ବିନୋଦଙ୍କ ନିକଟକୁ ଆସିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଏହା ପରେ ଦେବ ସୁନାର ତାଙ୍କୁ ଧମକ ଦେଇଥିଲେ।
ସେହି ବର୍ଷ ଡିସେମ୍ବର ୨୧ ତାରିଖରେ ରେ ଦେବ ସୁନାର ଏକ ପିସ୍ତଲ ନେଇ ବିନୋଦଙ୍କ ଘରେ ପ୍ରବେଶ କରି ଭିତର କବାଟ ବନ୍ଦ କରି ବିନୋଦଙ୍କୁ ଅଣ୍ଟା ଓ ମୁଣ୍ଡରେ ଗୁଳି କରି ହତ୍ୟା କରିଥିଲେ। ବିନୋଦଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।