ଅମୃତପାଲକୁ ଆଶ୍ରୟ ଦେଇଥିବା ହରିୟାଣା ମହିଳା ଗିରଫ

ନୂଆଦିଲ୍ଲୀ: ପଳାତକ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହ ଏବଂ ତା’ର ସହଯୋଗୀକୁ ଆଶ୍ରୟ ଦେଇଥିବା ଜଣେ ମହିଳାଙ୍କୁ ଆଜି ହରିୟାଣା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ମହିଳାଙ୍କ ନାମ ବଲଜିତ କୌର। ସେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲା ସ୍ଥିତ ନିଜ ବାସଭବନରେ ଅମୃତପାଲ ଏବଂ ତା’ ସହଯୋଗୀଙ୍କୁ ଆଶ୍ରୟ ଦେଇଥିଲେ। ଲଗାତାର ୬ ଦିନ ଧରି ଅମୃତପାଲକୁ ଧରିବାପାଇଁ ଅପରେସନ ଜାରି ରହିଛି।

ଏବେ ସେ ହରିୟାଣାରେ ଥିବା ନେଇ କେତେକ ପ୍ରମାଣ ମଳିଛି। ଆଜି ପଂଜାବ ପୁଲିସ ଅମୃତପାଲର ଘନିଷ୍ଠ ସହଯୋଗୀ ତାଜିନ୍ଦର ସିଂହ ଗିଲ୍‌କୁ ଗିରଫ କରିଥିଲା। ଇତିମଧ୍ୟରେ ଅମୃତପାଲ ବିରୋଧରେ ଆଉ ଏକ ଖବର ମିଳିଛି। ଅମୃତପାଲ ଅନେକ ମହିଳାଙ୍କ ସହ ସମ୍ପର୍କରେ ଥିଲା ଏବଂ ସେମାନଙ୍କ ସହ ଅନଲାଇନ୍‌ରେ ଚାଟ୍‌ କରୁଥିଲା। ମହିଳାଙ୍କ ଅଶ୍ଳୀଳ ଭିଡିଓ ରଖି ସେ ମହିଳାମାନଙ୍କୁ ବ୍ଲାକମେଲ୍‌ କରୁଥିଲା ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର