ନୂଆଦିଲ୍ଲୀ : ଭାରତ କ’ଣ ବ୍ରହ୍ମୋସ କ୍ଷେପଣାସ୍ତ୍ର ସାହାଯ୍ୟରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ଉଡ଼ାଇ ଦେଇଥିଲା? ବିକାନେର ଜିଲ୍ଲାର ଏକ ଦୂରବର୍ତ୍ତୀ ଗାଁରେ ଏକ ମିସାଇଲ ବୁଷ୍ଟର ଏବଂ ନୋଜ କ୍ୟାପ୍ ମିଳିବା ଏହି କଳ୍ପନାଜଳ୍ପନାକୁ ଆହୁରି ଖୋରାକ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତିରେ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକ ଏବଂ ଏକ ଜୋରଦାର ବିସ୍ଫୋରଣ ପରେ କେତେକ ଭଗ୍ନାବଶେଷ କ୍ଷେତରେ ପଡ଼ିଥିଲା। ବିଶେଷଜ୍ଞଙ୍କ ମତରେ, ତାହା ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର ବୁଷ୍ଟର ଏବଂ ନୋଜ୍ କ୍ୟାପ ଥିଲା, ଯାହା କ୍ଷେପଣାସ୍ତ୍ର ଲଞ୍ଚ ହେବା ମାତ୍ରେ ଅଲଗା ହୋଇଯାଏ।
ସୂଚନା ଅନୁସାରେ ବାହାୱଲପୁର (ପାକିସ୍ତାନ) ସ୍ଥିତ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ସର୍ବାଧିକ କ୍ଷତି ସହିଛି ଏବଂ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି। ଜୈଶ-ଏ-ମହମ୍ମଦକୁ ଆଇଏସଆଇ ସୃଷ୍ଟି କରିଥିଲା, ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଥିଲା। କିନ୍ତୁ ଏହି ବୁଷ୍ଟର ଦେଖିବା ପରେ, ବିଶେଷଜ୍ଞମାନେ କହିଛନ୍ତି ଯେ ବାହାବଲପୁରରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୁଖ୍ୟାଳୟକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦ୍ୱାରା ଉଡ଼ାଇ ଦିଆଯାଇଥିଲା। ଏହା ସ୍ପଷ୍ଟ କରେ ଯେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବାହାବଲପୁରରେ ସଠିକ୍ ଭାବରେ ଲକ୍ଷ୍ୟଭେଦ କରିଥିଲା। ଆକ୍ରମଣର ସଠିକତା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଏହି କାର୍ଯ୍ୟ କେବଳ ବ୍ରହ୍ମୋସ ଭଳି କ୍ଷେପଣାସ୍ତ୍ର ଦ୍ୱାରା ସମ୍ଭବ ଥିଲା। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ବାହାବଲପୁରରେ ଥିବା ଜୈଶର ମୁଖ୍ୟାଳୟ ବ୍ରହ୍ମୋସ ଦ୍ୱାରା ଧ୍ୱଂସ କରାଯାଇଥିଲା ଏବଂ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ରୋକିବାରେ ବିଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/11/Ttvz4aTcdxx1SXImBHeI.jpg)