‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେଇଥିବା ଅମୂଲ୍ୟାଙ୍କର ରହିଛି ନକ୍ସଲ୍ ସଂପୃକ୍ତି : ବି ଏସ୍ ୟେଦିୟୁରପ୍ପା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ‘ସିଏଏ’ ବିରୋଧୀ ର୍ୟା ଲିରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେଇଥିବା ଅମୂଲ୍ୟା ଲେଓନାଙ୍କ ସଂପର୍କରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା। ସେ କହିଛନ୍ତି ଯେ ଅମୂଲ୍ୟାଙ୍କର ନକ୍ସଲ୍ କାର୍ଯ୍ୟକଳାପ ସହ ସଂପୃକ୍ତି ରହିଛି। ଏଣୁ ଅମୂଲ୍ୟାଙ୍କୁ ଜାମିନ୍ ମିଳିବା ଅନୁଚିତ ବୋଲି ସେ ଯୁକ୍ତି ଛଳରେ କହିଛନ୍ତି।

ସୂଚନାଯୋଗ୍ୟ,  ଅମୂଲ୍ୟା ଲେଓନାଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଜାମିନ୍‌ ଦେଇନାହାନ୍ତି। ତେଣୁ ତାଙ୍କୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅମୂଲ୍ୟା ଲେଓନାଙ୍କୁ ସୋମବାର ଦିନ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ତାଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଆଧାରରେ ମାମଲା ରୁଜୁ କରାଯାଇଛି।

Image Source: India Today

ସୂଚନାଯୋଗ୍ୟ, ଗୁରୁବାର ଦିନ ‘ଏଆଇଏମ୍‌ଆଇଏମ୍‌’ର ମୁଖ୍ୟ ଅସାଦୁଦ୍ଦିନ୍‌ ଓଓ୍ଵାସୀଙ୍କ ଦ୍ୱାରା ଆୟୋଜିତ ‘ସିଏଏ’ବିରୋଧୀ ରାଲିରେ ଅମୂଲ୍ୟା ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେଇଥିଲେ। ଅମୂଲ୍ୟାଙ୍କ ଘର କର୍ଣ୍ଣାଟକର ଚିକ୍‌ମାଗାଲୁର ଅଞ୍ଚଳରେ। ଅମୂଲ୍ୟାଙ୍କର ଏଭଳି କାର୍ଯ୍ୟକୁ ତାଙ୍କ ବାପା ନାପସନ୍ଦ କରି କହିଛନ୍ତି ଯେ ‘ସିଏଏ’ ବିରୋଧୀ ର୍ୟାୟଲିରେ ତାଙ୍କ ଝିଅ ଯାହା କହିଛି ତାହା ସମ୍ପୂର୍ଣ୍ଣ ଭୁଲ୍‌।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ଵାସି କହିଛନ୍ତି ,‘ଯେ ମୁଁ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି। ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ। ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲି ଯେ ଏ ଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ। ଏହା ପରେ ପୁଲିସ ଆସି ତାଙ୍କୁ ନେଇ ଯାଇଥିଲା।’

ସମ୍ବନ୍ଧିତ ଖବର