କିବ୍  : ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ପୋଲାଣ୍ଡ ପଳାୟନ କରିଥିବା ଋଷ ପକ୍ଷରୁ ଦାବି କରାଯାଇଛି । ଋଷ ସଂସଦ ‘ଡୁମା’ର ବାଚସ୍ପତି ଭେଚେସାବ ଭୋଲୋଦିନ କହିଛନ୍ତି । ମାତ୍ର ସେ ଏବେ ବି କିବରେ ଥିବା ୟୁକ୍ରେନ ସଂସଦ ଘୋଷଣା କରିଛି । ତେବେ ଏ ନେଇ ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି ।

Advertisment

ପୂର୍ବରୁ ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ଜେଲେନସ୍କିଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ନେଇଯିବାକୁ ପ୍ରସ୍ତାବ ଦିଆଯାଇଥିଲେ ବି ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୟୁକ୍ରେନରେ ରହି ଋଷ ସେନାର ମୁକାବିଲା କରିବେ ବୋଲି ସେ କହିଥିଲେ । ତେବେ ତାଙ୍କ ହତ୍ୟା ପାଇଁ ଋଷ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଥିଲେ । ପୁଟିନ ତାଙ୍କୁ ୧ନମ୍ବର ଶତ୍ରୁଭାବେ ଦେଖୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ଆଜି ଖବର ଆସିଥିଲା ଜେଲେନସ୍କିଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମକୁ ବିଫଳ କରିଦିଆଯାଇଛି । ଏହି ହତ୍ୟା ପାଇଁ ଆସିଥିବା ଷଡ଼ଯନ୍ତ୍ରକାରୀଙ୍କୁ ମାରିଦିଆଯାଇଛି ବୋଲି ୟୁକ୍ରେନର ଜାତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଥିଲା । ଗତ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଜେଲେନସ୍କିଙ୍କୁ ତୃତୀୟ ହତ୍ୟା ଉଦ୍ୟମ । ପୁଟିନଙ୍କ ନିର୍ଦ୍ଦେଶରେ ଚେଚନ୍ୟାର ସୈନ୍ୟମାନେ ଏହି ହତ୍ୟା ପାଇଁ ଉଦ୍ୟମ କରୁଥିବା ସଂଦେହ କରାଯାଉଛି ।