ଅସୁସ୍ଥ ସ୍ୱାମୀଙ୍କୁ ଭେଟିଲେ ହାସିନ୍‌, ଝିଅକୁ ଖୁସିରେ କୋଳରେ ବସାଇଲେ ସାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମି ଓ ହାସିନ୍‌ଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି। ମାର୍ଚ୍ଚ ୨୫ ତାରିଖରେ ଡେହରାଡୁନ୍‌ରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ମହମ୍ମଦ ସାମି। ମଙ୍ଗଳବାର ଅସୁସ୍ଥ ସାମିଙ୍କୁ ଦେଖିବାକୁ ହାସିନ୍‌ ଆସିଥିବା ଖବର ମିଳିଛି। ସେ ନିଜ ସାଥୀରେ ଝିଅକୁ ନେଇ ସାମିଙ୍କ ପାଖକୁ ଗାଜିଆବାଦ ହୋଟେଲ ରେଡିସନ୍‌ରେ ପହଞ୍ଚିଥିଲେ।

ମହମ୍ମଦ ସାମି ଏତେଦିନ ପରେ ଝିଅକୁ ଦେଖି ଖୁବ୍‌ ଖୁସି ହୋଇଯାଇଥିଲେ। ତାକୁ ପାଖକୁ ଡାକି କୋଳରେ ମଧ୍ୟ ବସାଇଥିଲେ। ଦୁହିଁଙ୍କୁ ନେଇ ଉଠିଥିବା ବିବାଦ ପରେ ହାସିନ୍‌ ସ୍ୱାମୀ ସାମିଙ୍କୁ ପ୍ରଥମଥର ପାଇଁ ଭେଟିଛନ୍ତି। ସୋମବାର ଦିନ ହାସିନ୍‌ ସାମିଙ୍କ ପାଖକୁ ଆସି ଥାଆନ୍ତେ।

ହାସିନ୍‌ କହନ୍ତି, ‘ସେ ମୋ ସହିତ ଯାହା ବି କରିଛନ୍ତି କିଛି ଠିକ୍‌ କରି ନାହାନ୍ତି। କିନ୍ତୁ ଶାରୀରିକ ଭାବେ ତାଙ୍କୁ ଅସୁସ୍ଥ ଭାବେ ଦେଖି ପାରିବି ନାହିଁ। ସେ ପତ୍ନୀ ଭାବେ ମୋତେ ହୁଏତ କେବେ ଦେଖି ନପାରନ୍ତି, କିନ୍ତୁ ମୁଁ ତାଙ୍କୁ ବହୁତ ଭଲ ପାଏ, କାରଣ ସେ ଯେତେ ହେଲେ ବି ମୋର ସ୍ୱାାମୀ। ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାଆନ୍ତି ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।’

ସୂଚନାଯୋଗ୍ୟ, ରବିବାର ମହମ୍ମଦ ସାମି ନିଜର କ୍ରିକେଟ ଟ୍ରେନିଂ ପୂରା କରିବା ପାଇଁ ଡେରାଡୁନ୍‌ରୁ ଦିଲ୍ଲୀ ଫେରୁଥିଲେ। ଏହି ସମୟରେ ତାଙ୍କ କାର ଏକ ଟ୍ରକ୍‌ ସହିତ ଧକ୍କା ଖାଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଆଘତ ଲାଗିଥିଲା, ଯାହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୁଣ୍ଡରେ ୧୦ଟି ଷ୍ଟିଜ ପଡ଼ିଥିଲା। ଏହି ଦୁର୍ଘଟଣା ପରେ ଆହତ ସାମି ଦୁଇଦିନ ହେବ ଡେରାଡୁନ୍‌ରେ ରହୁଛନ୍ତି।

ସମ୍ବନ୍ଧିତ ଖବର