ମୁମ୍ବାଇ : ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)କୁ ମିଳିତ ଅପରେସନରେ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ମାର୍ଚ୍ଚ ୭ତାରିଖରେ ଅଧିକାରୀମାନେ ମାଳଦ୍ୱୀପ ଅଭିମୁଖେ ଯାଉଥିବା ଏକ ଟଗ୍ ବାର୍ଜ ଜାହାଜରୁ ୨୯.୯୫୪ କିଲୋଗ୍ରାମ ହସିସ୍ ତେଲ ଜବତ କରିଥିଲେ, ଯାହାର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ୩୨.୯୪ କୋଟି ଟଙ୍କା ଥିଲା। ତାମିଲନାଡୁର ଥୁଥୁକୁଡି ଜିଲ୍ଲାରେ ଥିବା ତୁତିକୋରିନର ଏକ ଗ୍ୟାଙ୍ଗ ଏକ ଟଗ୍ ବାର୍ଜ ଜାହାଜରେ ସମୁଦ୍ର ମଝିରେ ହାଶିଶ ତେଲ ବୋଝେଇ କରିଥିବା ନେଇ ଡିଆରଆଇ ଅଧିକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଜଣେ କେବିନ୍ କ୍ରୁ ସଦସ୍ୟଙ୍କ ସହଯୋଗରେ ଜାହାଜରେ ଏହି ସାମଗ୍ରୀ ରଖାଯାଇଥିଲା ଏବଂ ଏହାକୁ ମାଳଦ୍ୱୀପକୁ ପଠାଯିବାର ଥିଲା।
ଡିଆରଆଇଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ତଟରକ୍ଷୀ ବାହିନୀ ୫ ମାର୍ଚ୍ଚ ୨୦୨୫ରେ କନ୍ୟାକୁମାରୀ ଉପକୂଳରେ ସମୁଦ୍ରରେ ଜାହାଜକୁ ଅଟକାଇଥିଲା ଏବଂ ମାର୍ଚ୍ଚ ୭ ରେ ତୁତିକୋରିନର ନୂତନ ବନ୍ଦରରେ ଅବତରଣ କରିଥିଲା । ଡିଆରଆଇ ଟିମ୍ ଏହି ନିଶା କାରବାର ପଛରେ ଥିବା ମୁଖ୍ୟ ଅଭିଯୁକ୍ତ ଏବଂ ତା'ର ସହଯୋଗୀକୁ ଧରିଥିଲା। ଏହାବ୍ୟତୀତ ଏହି ଗ୍ୟାଙ୍ଗ ସହ ଜାହାଜର ଲୋକେସନ ସେୟାର କରିଥିବା କ୍ରୁ ମେମ୍ବରଙ୍କୁ ମଧ୍ୟ ଗିରଫ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
