ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ୭୦ ତମ ଜନ୍ମଦିନ । ବିଶ୍ୱର ଅନ୍ୟତମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ହେଲେ କିଛି ଯୁବପିଢ଼ି ଟୁଇଟରରେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନ ଆରମ୍ଭ କରିଛନ୍ତି। ଟୁଇଟରରେ ଏବେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଟ୍ରେଣ୍ଡ କରୁଛି।
ଟ୍ୱିଟରରେ କିଛି ବ୍ୟବହାରକାରୀ ଆଜି ସର୍ବନିମ୍ନ ଜିଡିପି (-୨୩.୯%), ସ୍ୱଳ୍ପ କୃଷି ଆୟ, ଉଚ୍ଚ ଜିଏସ୍ଟି, ପେଟ୍ରୋଲ ମୂଲ୍ୟ ବୃଦ୍ଧି ଇତ୍ୟାଦି ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରିଛନ୍ତି ଯେ, “ଆମେ ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରୁନାହୁଁ। ଦେଶରେ ବେକାରି ସମସ୍ୟା ପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି ଆମେ ଚାହୁଁଛୁ। ତେଣୁ ବେକାରି ସମସ୍ୟାକୁ ନେଇ ଜାଗ୍ରତ ହୁଅନ୍ତୁ ଏବଂ ଜୁମ୍ଲା ବନ୍ଦ କରନ୍ତୁ ।’ ଅନ୍ୟ ଜଣେ ଟ୍ୱିଟ୍ କରି କହିଛନ୍ତି ଯେ, ‘କୋଭିଡ-୧୯ ମହାମାରୀ ଅପେକ୍ଷା ବେକାରି ସମସ୍ୟା ଅଧିକ ବିପଜ୍ଜନକ ଅଟେ। ରୋଜଗାର ହେଉଛି ଯୁବକମାନଙ୍କ ଅଧିକାର | ସେମାନେ ସେମାନଙ୍କର ଅଧିକାର ପାଇଁ ଲଢ଼ିବେ। ଜୁମଲାବାଜୀ ବନ୍ଦ କର, ରୋଜଗାର ଦିଅ।’
यही कारण है कि देश का युवा आज #राष्ट्रीय_बेरोजगारी_दिवस मनाने पर मजबूर है।
रोज़गार सम्मान है।
सरकार कब तक ये सम्मान देने से पीछे हटेगी?Massive unemployment has forced the youth to call today #NationalUnemploymentDay.
Employment is dignity.
For how long will the Govt deny it? pic.twitter.com/FC2mQAW3oJ— Rahul Gandhi (@RahulGandhi) September 17, 2020
ଦେଶର ଯୁବପିଢ଼ିଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନରେ ସାମିଲ ହୋଇ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ଟୁଇଟ୍ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ବେରୋଜଗାର ଦିବସ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଯୁବ କଂଗ୍ରେସ ବେରୋଜଗାର ଦିବସ ପାଳନ କରିଥିବା ଦେଖାଯାଇଛି।