ଏବେ ସାମିଙ୍କ ସହିତ ସମ୍ପର୍କ ଯୋଡ଼ିଲେ ଲୋକେ ମୋତେ ଦୋଷୀ କହିବେ: ହାସିନ ଜାହାଁ

ନୂଆଦିଲ୍ଲୀ : ପତ୍ନୀ ହାସିନ ଜାହାଁ ଜଣେ ପାକିସ୍ତାନର ଯୁବତୀଙ୍କ ସହ ସମ୍ପର୍କ  ଏବଂ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସମସ୍ୟା ଦିନକୁ ଦିନ ବିଢ଼ିବାରେ ଲାଗିଛି। ହାସିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସାମିଙ୍କ ସହିତ ଆଉ ସମ୍ପର୍କ ଯୋଡ଼ି ହେବ ନାହିଁ। ଯଦି ମୁଁ ସାମି ସହିତ ପୁଣି ଯୋଡ଼ି ହୁଏ ଲୋକ ମୋତେ ଦୋଷୀ ବୋଲି କହିବେ। ସାମି ଦୋଷୀ ସେ ନେଇ ମୋ ପାଖରେ ସମସ୍ତ ପ୍ରମାଣ ରହିଛି।

ଅନ୍ୟ ପକ୍ଷରେ ହାସିନ ଜାହାଁ  କହିଛନ୍ତି, ‘ମହମ୍ମଦ ସାମି ଦୋଷ କରିଛନ୍ତି, ମୋ ଉପରେ ଅତ୍ୟାଚାର କରିଛନ୍ତି। ସମ୍ପର୍କ ବଞ୍ଚାଇବା ପାଇଁ ମୁଁ ବହୁ ଚେଷ୍ଟା କରିଛି, କିନ୍ତୁ ସାମି ମୋର କୌଣସି କଥା ଶୁଣି ନଥିଲେ। ଚାରିଦିନ ଧରି ତାଙ୍କୁ ବୁଝାଇଛି, ସେ କିନ୍ତୁ କହି ଚାଲିଥିଲେ ମୋର କିଛି ଭୁଲ ନାହିଁ। ଏହା ପରେ ସେ ମୋ’ଠାରୁ ଦୂରେଇ ଯିବାକୁ ଚାହିଁଲେ। ପ୍ରମାଣ ମିଳିବ ପରେ ତ ସାମି ମୋର ଫୋନ୍‌ ଉଠାଇବା ବନ୍ଦ କରିଦେଲେ। ଏବେ ତାଙ୍କୁ ନେଇ ବିବାଦ ବହୁତ ଆଗକୁ ବଢ଼ି ଯାଇଛି।’

ସୂଚନାଯୋଗ୍ୟ, ଗତ ଶୁକ୍ରବାର ହାସିନ ତାଙ୍କ ଅଭିଯୋଗକୁ ପ୍ରମାଣ କରିବାକୁ ଯାଇ ଆଲିସବା ନାମକ ଜଣେ ପାକିସ୍ତାନୀ ଝିଅ ସହ ସାମିଙ୍କ ବାର୍ତ୍ତାଳାପକୁ ସର୍ବସାଧାରଣ କରିବା ପରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି। କୋଲକାତା ପୁଲିସ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଧର୍ଷଣ ଏବଂ ଅନ୍ୟାନ୍ୟ ସଙ୍ଗୀନ ଧାରାରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର