ଭାରତକୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ: ବିଶ୍ବ ତୀରନ୍ଦାଜି ମିଶ୍ରିତ ଦଳକୁ ରୌପ୍ୟ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଇଂଚିଅନ୍‌ରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତା ଷ୍ଟେଜ୍‌-୨ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ପଦକ ଜିତିଛି। କିନ୍ତୁ ହେଲେ ମିଶ୍ରିତ ଭାରତୀୟ ଦଳର ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ଜ୍ୟୋତି ସୁରେଖା ଭେନମ, ପରିଣୀତ କୌର ଓ ଆଦିତି ସ୍ବାମୀଙ୍କୁ ନେଇ ଗଠିତ ମହିଳା କମ୍ପାଉଣ୍ଡ ଦଳ ତୁର୍କୀର ହାଜନ ବରୁନ୍‌, ଆୟସେ ବେରା ସୁରେଜର ଓ ବେଗମ୍‌ ଯୁବାଙ୍କ ଉପରେ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲେ। ଫଳରେ ୨୩୨-୨୨୬ରେ ଜିତି ଭାରତୀୟ ଦଳ ସ୍ବର୍ଣ୍ଣ ପାଇବାରେ ସଫଳ ହୋଇଥିଲା। ଏହାଫଳରେ ଜ୍ୟୋତି, ପରିଣୀତ ଓ ଆଦିତିଙ୍କୁ ବିଶ୍ବକପ୍‌ରେ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଏଥିପୂର୍ବରୁ ଗତମାସରେ ସାଂଘାଇରେ ହୋଇଥିବା ବିଶ୍ବକପ୍‌ ଷ୍ଟେଜ୍‌-୧ରେ ଇଟାଲୀକୁ ପରାସ୍ତ କରି ଦଳ ସ୍ବର୍ଣ୍ଣ ଜିତିଥିଲା ବେଳେ ଗତବର୍ଷ ପ୍ୟାରିସ୍‌ରେ ହୋଇଥିବା ଷ୍ଟେଜ୍‌-୪ରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। କିନ୍ତୁ କମ୍ପାଉଣ୍ଡ ମିଶ୍ରିତ ଫାଇନାଲ୍‌ରେ ଜ୍ୟୋତି ଓ ପ୍ରିୟାଂଶଙ୍କ ଯୋଡ଼ି ଆମେରିକାର ଓଲିଭିଆ ଡିନ୍‌ ଓ ସୱର ସୁଲିଭାନ୍‌ଙ୍କଠୁ ୧୫୫-୧୫୩ରେ ହାରିଯାଇଥିଲେ।

ସମ୍ବନ୍ଧିତ ଖବର