ମୋଦୀ ସରକାରଙ୍କ ଯୋଗୁଁ ୨ଟି କର୍ପୋରେଟ୍ ସଂସ୍ଥା ଫାଇଦାରେ ରହୁଛନ୍ତି : ରାହୁଲ

ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଦିଲ୍ଲୀର ରାମଲୀଳା ମୈଦାନାରେ ଅନୁଷ୍ଠିତ ମହଙ୍ଗାଇ ପର ହଲ୍ଲା ବୋଲ ( ମହଙ୍ଗା ଉପରେ ଆକ୍ରମଣ) ଜନସଭାରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତରେ ମୋଦୀ ସରକାର ଆସିବା ପରେ ଦେଶରେ ଘୃଣା ଓ କ୍ରୋଧ ବଢିଯାଇଛି ।

ସେ କହିଛନ୍ତି, ମୋଦୀ ସରକାରଙ୍କ ନୀତି ଦୁଇଟି ଶିଳ୍ପପତିଙ୍କୁ ସୁହାଉଛି । ସେମାନଙ୍କ ସହଯୋଗରେ ହିଁ ସେ ସରକାର ଗଠନ କରିପାରିଛନ୍ତି ।

ୟୁପିଏ ସରକାରଙ୍କ ଅମଳରେ ପେଟ୍ରୋଲ ଲିଟର ୭୦ ଟଙ୍କା ଥିବାବେଳେ ଏବେ ୧୦୦ ଟଙ୍କା ଟପିଯାଇଛି । ଦୁଗଧ ଲିଟର ୩୫ ଟଙ୍କା ଥିବାବେଳେ ଏବେ ୬୦ ଟଙ୍କା ହୋଇଯାଇଛି । ଏଲପିଜି ସିଲିଣ୍ଡର ୪୫୦ ଟଙ୍କା ଥିବାବେଳେ ଏବେ ୧୦୫୦ ଟଙ୍କା ରହିଛି । ଅଟା କିଲୋ ପିଛା ୨୨ ଟଙ୍କା ଥିବାବେଳେ ଏବେ ୪୦ ଟଙ୍କା ହୋଇଯାଇଛି ।

ବିଜେପି ଓ ଆରଏସଏସ ଦେଶରେ ବିଭାଜନ ସୃଷ୍ଟି କରୁଛନ୍ତି, ଘୃଣା ଓ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଏହାର ଫାଇଦା କିଏ ନେଉଛି ? ଦେଶର ଗରିବ, ସାଧାରଣ ଲୋକ, କୃଷକ, କ୍ଷୁଦ୍ର ବ୍ୟବସାୟୀମାନେ ଏହାର ଫାଇଦା ନେଉଛନ୍ତି କି ?  ନା, ମୋଦୀ ସରକାରଙ୍କ ଫାଇଦା ନେଉଛନ୍ତି ଦୁଇଟି କର୍ପୋରେଟ୍ ସଂସ୍ଥା ।

 

ସମ୍ବନ୍ଧିତ ଖବର