ୱାଶିଂଟନ/ନୂଆଦିଲ୍ଲୀ: ଭାରତରେ ୨୦୨୩ର ପ୍ରଥମ ୬ମାସରେ ଘୃଣା ମନ୍ତବ୍ୟ ମାମଲାରେ ବୃଦ୍ଧି ଘଟିଛି। ଏଭଳି ଭାଷଣରେ ୬୨ ପ୍ରତିଶତ ବୃଦ୍ଧି ଘଟିଛି। ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ୭୫% ହୋଇଥିବା ଆମେରିକାର ୱାଶିଂଟନ ସ୍ଥିତ ଇଣ୍ଡିଆ ହେଟ୍ ଲ୍ୟାବ୍ ରିସର୍ଚ୍ଚ ଗ୍ରୁପ୍ ରିପୋର୍ଟରେ ପ୍ରକାଶ ପାଇଛି।
୨୦୨୩ରେ ୬୬୮ଟି ଏଭଳି ଘଟଣା ଘଟିଛି। ସେଥିମଧ୍ୟରୁ ୨୫୫ ମାମଲା ପ୍ରଥମ ୬ ମାସରେ ଦାଏର ହୋଇଛି। ଦ୍ବିତୀୟ ୬ ମାସରେ ୪୧୩ ଘଟଣା ଘଟିଛି।
ବିଜେପି ଶାସିତ ରାଜ୍ୟରେ ୭୫% ଅର୍ଥାତ୍ ମୋଟ ୪୯୮ ମାମଲା ଘଟିଛି। ଏହି ତାଲିକାରେ ଶୀର୍ଷରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ରହିଛନ୍ତି।
ଏହି ରିପୋର୍ଟ ସୋମବାର ପ୍ରକାଶ ପାଇଛି। ଇସ୍ରାଏଲ ହମାସ ଯୁଦ୍ଧ ସମୟରେ ଏଭଳି ଘଟଣା ଅଧିକ ଘଟିଛି। ଭାରତରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଯୁଦ୍ଧ ସମୟରେ ସର୍ବାଧିକ ଘୃଣ୍ୟ ମନ୍ତବ୍ୟ ପ୍ରଦାନ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ବାରା ଦେଶରେ ସାମ୍ପ୍ରଦାୟିକ ସଦଭାବ ବ୍ୟହତ ହେବାର ଆଶଙ୍କା ଅଧିକ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।