ହାଥରସ୍: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଆଲିଗଡ଼ ଜେଲରୁ ଗୁଜୁରାଟ ଗାନ୍ଧିନଗର ଜେଲ ନିଆ ଯାଇଛି। ସେଠାରେ ଚାରିଜଣ ଅଭିଯୁକ୍ତଙ୍କ ନାର୍କୋ ପରୀକ୍ଷା କରାଯିବ। ସିବିଆଇ କୋର୍ଟଙ୍କ ନିର୍ଦେଶ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲର ଚାରିଜଣ ଅଭିଯୁକ୍ତଙ୍କୁ ଧରି ଟ୍ରେନ ଯୋଗେ ରାତିରେ ଗାନ୍ଧିନଗର ନିଆଯାଇଥିବା ହାଥରସ୍ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ। ତେବେ ଅଭିଯୁକ୍ତଙ୍କୁ ଜେଲର ବାହାରକୁ ବାହାର କରି ଗାନ୍ଧିନଗର ନେବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯାଇଥିଲା।
/sambad/media/post_attachments/ebc9bbacb21b83206c79492752279e4011cb55143579701e794391724e6bcab5.jpg)
ଏହା ପୂର୍ବରୁ ଦୁଷ୍କର୍ମ ମାମଲାରେ ଘଟଣାସ୍ଥଳରେ ସର୍ବ ପ୍ରଥମେ ପହଞ୍ଚିଥିବା ଛୋଟୁ ନାମକ ଯୁବକ ନାର୍କୋ ଓ ପଲିଗ୍ରାଫ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲା। ସେ କହିଥିଲେ ଯେ, ଏହି ଦୁଷ୍କର୍ମ ଘଟଣାର ସତ ସାମ୍ନାକୁ ଆଣିବା ପାଇଁ ସେ ପରୀକ୍ଷା ଲାଗି ପ୍ରସ୍ତୁତ ଅଛନ୍ତି। ଏଥିସହ ପୀଡିତାଙ୍କ ସମ୍ପର୍କୀୟଙ୍କ ମଧ୍ୟ ଏହି ପରୀକ୍ଷା ହେବା ଉଚିତ ବୋଲି ଛୋଟୁ କହିଥିଲେ।
ଉଲ୍ଲେଖଯୋଗ୍ୟ, ଯୁବତୀଙ୍କ ସହିତ ହୋଇଥିବା ଦୁଷ୍କର୍ମ ଘଟଣା ସମୟରେ ନିକଟ ଖେତରେ କାମ କରୁଥିବା ଛୋଟୁ ନାମକ ଯୁବକ ଘଟଣାସ୍ଥଳରେ ସର୍ବପ୍ରଥମେ ପହଞ୍ଚିଥିବା ଦାବି କରିଥିଲେ। ଛୋଟୁ ହିଁ ଘଟଣା ପରେ ପରେ ପୀଡିତାଙ୍କ ଭାଇଙ୍କୁ ଡାକିବା ପାଇଁ ତାଙ୍କ ଘରକୁ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-3-2.jpg)