ଆଗ୍ରା: ହାଥ୍ରସ୍ ଗଣୁଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସିବିଆଇ ତଦନ୍ତକୁ ବିରୋଧ କରିବା ସହ ମାମଲାର ବିଚାର ବିଭାଗୀୟ ତଦନ୍ତ ଚାହୁଁଛନ୍ତି। ଆଜି ଏ ସଂକ୍ରାନ୍ତରେ ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ ପୀଡ଼ିତାଙ୍କ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି।
ମାମଲାର ପୂର୍ଣ୍ଣ ସିବିଆଇ ତଦନ୍ତ ଲାଗି ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦେଶ ଦେଇଥିଲେ।
‘ସିବିଆଇ’କୁ ତଦନ୍ତ ଦାୟିତ୍ବ ଗ୍ରହଣ କରିବା ଲାଗି କୁହାଯାଇଥିଲେ ମଧ୍ୟ ଆଇପିଏସ୍ ଅଧିକାରୀ ଭଗବାନ ସ୍ବରୂପଙ୍କ ନେତୃତ୍ବରେ ‘ଏସ୍ଆଇଟି’ ଟିମ୍ ଏହି ମାମଲାର ତଦନ୍ତ ଚାଲୁ ରଖିଛି। ପୀଡ଼ିତାଙ୍କ ପରିବାର ଲୋକେ ‘ସିବିଆଇ’ ତଦନ୍ତ ସପକ୍ଷରେ ନାହାନ୍ତି। ସେମାନେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଚାହାନ୍ତି ବୋଲି କହିଛନ୍ତି।
Image Courtesy of Hindustan Timesହାଥ୍ରସ୍ର ବୁଲଗଡ଼ି ଗାଁରେ ଉପସ୍ଥିତ ଥିବା ‘ଏସ୍ଆଇଟି’ ଟିମ୍ ସମ୍ପୃକ୍ତ ଲୋକମାନଙ୍କ ସହ କଥାବାର୍ତ୍ତା ସମୟରେ ପଚାରି ଥିଲେ କି, କେହି ଯଦି କିଛି ବୟାନ ଦେବାକୁ ଚାହୁଁଛନ୍ତି, ଦେଇ ପାରନ୍ତି। ଗୁରୁବାର ଦିନ ମଧ୍ୟ ‘ଏସ୍ଆଇଟି’ ଟିମ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଅପରାଧ ସଙ୍ଗଠିତ ହୋଇଥିବା ସ୍ଥାନକୁ ଯାଇଥିଲେ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସେପ୍ଟେମ୍ବର ୧୪ ତାରିଖରେ ସମ୍ପୃକ୍ତ ୧୯ ବର୍ଷୀୟ ଦଳିତ ଯୁବତୀଜଣଙ୍କ ସହ ଚରି ଜଣ ଉଚ୍ଚ ଜାତିର ବ୍ୟକ୍ତି ଦୁଷ୍କର୍ମ କରିଥିବା କୁହାଯାଉଛି। ଏହାପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିର ଜବାହରଲାଲ୍ ନେହେରୁ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେ ଆଂଶିକ ପକ୍ଷାଘାତରେ ପୀଡ଼ିତ ହୋଇଥିଲେ। ସେଠାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ‘ସଫଦରଗଞ୍ଜ ହସ୍ପିଟାଲ୍’କୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଦିନ ସେଠାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା। ପରଦିନ ରାତି ୨: ୩୦ରେ ଉତ୍ତରପ୍ରଦେଶ ପୁଲିସ ପୀଡ଼ିତାଙ୍କ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଜବରଦସ୍ତି ପୀଡ଼ିତାଙ୍କ ଶବ ସତ୍କାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/hathras-2.jpg)