ନୂଆଦିଲ୍ଲୀ: ହାଥରସ୍ ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ୩ଜଣ ପୁଲିସକର୍ମୀଙ୍କୁ ମୁତୟନ କରାଯାଇଥିଲା | ହେଲେ ଏବେ ୩ଜଣ ପୁଲିସକର୍ମୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିଛି | ୩ଜଣ ପୁଲିସକର୍ମୀ କରୋନା ଆକ୍ରାନ୍ତ ହେବା ପରେ ଏବେ ପୁରା ଗାଁକୁ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା କରାଯିବାର ସମ୍ଭାବନା ରହିଛି |
ସୂଚନା ମୁତାବକ, ଗତ ୧୪ ତାରିଖରେ ପୀଡିତା ନିଜ ଗାଁ କ୍ଷେତରେ ପରିବାର ଲୋକଙ୍କ ସହ ଘାସ କାଟୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଅନ୍ୟତ୍ର ନେଇଯାଥିଲେ। ପରିବାର ଲୋକମାନେ ଟିକେ ଦୂରରେ ଥିବା ସମୟରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଉତ୍ତରୀୟକୁ ବେକରେ ଗୁଡ଼ାଇ ଏପରି ଟାଣିନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ସେ ନିଖୋଜ ହୋଇଯାଇଥିବା ଜାଣି ତାଙ୍କ ମାଆ ଖୋଜାଖୋଜି କରିବା ପରେ ନିକଟ ବାଜରା କ୍ଷେତରେ ପୀଡ଼ିତାଙ୍କୁ ମୁମୂର୍ଷୁ ତଥା ଉଲଗ୍ନ ଅବସ୍ଥାରେ ପାଇଥିଲେ। ପୀଡ଼ିତାଙ୍କର ମୃତ୍ୟୁ ପାଇଁ ପୁଲିସର ଅବହେଳାକୁ ପରିବାର ଲୋକେ ଦାୟୀ କରିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ସେମାନେ ଜଣାଇଥିଲେ ବି ଚାରି ପାଞ୍ଚ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି। ପରେ ୪ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ପରିବାର ଲୋକଙ୍କୁ ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ଅନୁମତି ନଦେଇ ଶବ ସତ୍କାର କରିଦେବା ଖବର ଏବେ ଉତ୍ତରପ୍ରଦେଶ ପୁଲିସର ଛବିକୁ ଖରାପ କରିଛି |
SheThePeople.TVଏହା ସହ ମାମଲାର ପୁଙ୍ଖାନୁପୁଙ୍ଖଖ ତଦନ୍ତ ପାଇଁ ଏସଆଇଟି ଗଠନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଟିମରେ ୩ ଜଣ ସଦସ୍ୟ ରହିଥିବା ବେଳେ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅନ୍ୟପଟେ ଏସଆଇଟିରେ ଅଧ୍ୟକ୍ଷତା କରୁଛନ୍ତି ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଭଗବାନ ସ୍ୱରୂପ । ଏହି ୩ ଜଣିଆ ଟିମ୍ ରେ ଡିଆଇଜି ଚନ୍ଦ୍ର ପ୍ରକାଶ ଓ ଆଇପିଏସ୍ ପୁନମ ବି ସାମିଲ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-4.jpg)