ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସର କୋତବାଲି ହାଥରସ ଗେଟ ଅଞ୍ଚଳସ୍ଥ ଭୋଗଜପୁରରେ ବିବାହକୁ ଆଉ ଗୋଟିଏ ଦିନ ଥିବା ବେଳେ ବରଙ୍କ ହୃତଘାତରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଭୋଜପୁର ନିବାସୀ ଶିବମ(୨୨) ଜଣେ କମ୍ପ୍ୟୁଟର ଶିକ୍ଷକ। ଶିବମଙ୍କ ବିବାହ ଆଗ୍ରାର ମୋହିନୀଙ୍କ ସହିତ ସ୍ଥିର ହୋଇଥିଲା। ଉଭୟ ବର ଓ କନ୍ୟା ପକ୍ଷରୁ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ବି ସରି ସାରିଥିଲା। ଘରେ ବି ବିବାହ ପାଇଁ ସମ୍ପର୍କୀୟମାନଙ୍କ ଭିଡ଼ ଲାଗି ରହିଥିଲା। ରବିବାର ବିଳମ୍ବିତ ରାତିରେ ଭାତ କାର୍ଯ୍ୟକ୍ରମ ଚାଲୁଥିଲା। ତେଣୁ ଖୁସିରେ ଶିବମ ପରିବାରଲୋକଙ୍କ ସହିତ ନାଚୁଥିବା ବେଳେ ହଠାତ ଚଟାଣରେ ପଡ଼ି ଅଚେତ ହୋଇପଡ଼ିଥିଲେ।
ଏହାପରେ ପରିବାରଲୋକ ଶିବମଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/18/lLjgKGoc0w0PkDoeK71j.jpg)