ହଥରସ ଗଣଦୁଷ୍କର୍ମ ନିର୍ଭୟା କାଣ୍ଡକୁ ମନେ ପକାଇଦେଇଛି

hartas rape case

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହଠରାସ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା‌ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୁଣି ମନେ ପକାଇ ଦେଇଛି। ଉତ୍ତରପ୍ରଦେଶର ହଠରାସ ଗାଁରୁ କିଛି ଉଚ୍ଚବର୍ଗର ବ୍ୟକ୍ତି ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିବା ସହ ତାଙ୍କ ଜିଭ କାଟି ଦେଇଥିଲେ ଏବଂ ଅମାନୁଷିକ ଭାବେ ଆକ୍ରମଣ କରି ଯୁବତୀଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଉକ୍ତ ଦଳିତ ଯୁବତୀଙ୍କୁ ପ୍ରଥମେ ଉତ୍ତରପ୍ରଦେଶର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଉକ୍ତ ଯୁବତୀଙ୍କର ମୃତ୍ୟୁ ହୋ‌ଇଥିଲା। ଅନୁରୂପ ଭ‌ାବେ ୨୦୧୨ ମସିହାରେ ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ଘଟିଥିଲା। ୨୦୧୨ରେ ଜଣେ ପାରାମେଡିକାଲ୍‌ ଛାତ୍ରୀଙ୍କୁ ଏକ ବସ୍‌ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିଲା।

ସୂଚନାଯୋଗ୍ୟ, ସେପ୍‌ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହଠରାସ ଗାଁରେ ଜଣେ ଦଳିତ ବର୍ଗର ଯୁବତୀଙ୍କୁ ଅତି ଅମାନୁଷିକ ଭାବେ କିଛି ଉଚ୍ଚ ବର୍ଗର ‌ପ୍ରଭାବଶାଳୀ ବ୍ୟକ୍ତି ଗଣ ଦୁଷ୍କର୍ମ କରିବା ପରେ ସମ୍ପୃକ୍ତ ଯୁବତୀଙ୍କ ଜିଭ କାଟି ଦେଇଥିଲେ ଏବଂ ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ଅତି ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କୁ ଉତ୍ତର ପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଗତକାଲି ସମ୍ପୃକ୍ତ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶବ୍ୟାପୀ ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ଘଟଣା ‌ଏବେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ପୁନଃସ୍ମରଣ କରାଇ ଦେଇଛି।

ସମ୍ବନ୍ଧିତ ଖବର