ହାଥରସ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କ ପ୍ରଥମ ଦୁଷ୍କର୍ମ ଉଦ୍ୟମକୁ ବିଫଳ କରିଥିଲେ ପୀଡ଼ିତା, ୩ଟି ଭିଡିଓ ଜରିଆରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ପୀଡ଼ିତାଙ୍କ ସହ ଦୁଷ୍କର୍ମ ନୁହେଁ କେବଳ ହତ୍ୟା ଉଦ୍ୟମ କରାଯାଇଥିବା କଥା ଉତ୍ତରପ୍ରଦେଶ ପୁଲିସ ଦାବି କରିଥିବା ବେଳେ ଏବେ ଜାତୀୟ ଗଣମାଧ୍ୟମ ହାତରେ ଘଟଣା ସହ ଜଡ଼ିତ ୩ଟି ଭିଡିଓ ଲାଗିଛି।

ପ୍ରଥମ ଭିଡିଓରେ ଘଟଣା ଘଟିଥିବା ଦିନର ଦୃଶ୍ୟ ରହିଛି। ଯେଉଁଥିରେ ପୀଡ଼ିତା ତଳେ ପଡ଼ି ରହିଥିବା ବେଳେ ତାଙ୍କ ମା’ ତାଙ୍କ ପାଖରେ ବସିଛନ୍ତି। ଦୃଶ୍ୟଟି ଚନ୍ଦପା ପୁଲିସ ଷ୍ଟେସନର ବୋଲି ସାମ୍ବାଦିକମାନେ ଦାବି କରୁଥିବା ବେଳେ ଏହି ଦୃଶ୍ୟ ଏଏମୟୁ ସାମ୍ନାରେ ରେକର୍ଡ କରାଯାଇଥିବା କହିଥିଲା ପୁଲିସ। ଭିଡିଓରେ ପୀଡ଼ିତା, ଦୁଷ୍କର୍ମ କରିବାକୁ ବିରୋଧ କରିବାରୁ ମୋ ବେକ ଚିପି ଦେଲେ ବୋଲି କହୁଥିବା ଶୁଣିବାକୁ ମିଳିଛି।

Political leaders denied entry as government locks up Hathras after 'gang rape, murder' of Dalit woman by upper caste Hindu men | Free Press Kashmir
Free Press Kashmir

ଦ୍ବିତୀୟ ଭିଡିଓଟି ବାଗଲା ସରକାରୀ ଡାକ୍ତରଖାନାରେ ରେକର୍ଡ କରାଯାଇଥିବା ବେଳେ ଏଥିରେ ପୀଡ଼ିତା, ମୁଁ ଚାରା ଆଣିବାକୁ ଯାଇଥିଲି। ମୋତେ ଭିତରକୁ ଟାଣିନେବା ସହ ମୋ ବେକ ଚିପି ଦେଲେ। ମୋ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କଲେ ବୋଲି କହିଛନ୍ତି ପୀଡ଼ିତା।

ତୃତୀୟ ଭିଡିଓରେ, ଦୁଇ ଅଭିଯୁକ୍ତଙ୍କ ନାଁ ରବି ଏବଂ ସନ୍ଦିପ ବୋଲି କହିବା ସହ ଏହା ପୂର୍ବରୁ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରାଯାଇଥିବା କଥା କହିଥିଲେ ପୀଡ଼ିତା।

ସମ୍ବନ୍ଧିତ ଖବର