ଲକ୍ଷ୍ନୌ : ହଠରାସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଆଜି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ହଠରାସ୍ରେ ପୀଡ଼ିତା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇନାହିଁ। ଫରେନ୍ସିକ୍ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଫଏସଏଲ୍ (ଫରେନ୍ସିକ୍ ସାଇନ୍ସ ଲାବ୍ରୋଟୋରି) ରିପୋର୍ଟକୁ ଦର୍ଶାଇ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ବେକରେ ଆଘାତ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନି। ନମୁନାରେ କୌଣସି ପ୍ରକାର ସ୍ପର୍ମ୍ ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି। କୁମାର କହିଛନ୍ତି, ରିପୋର୍ଟରୁ ଜଣାପଡ଼ୁଛି ଯେ, ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ। ପୀଡ଼ିତା ମହିଳା ମଧ୍ୟ ପୁଲିସକୁ ଦେଇଥିବା ବୟାନରେ ଦୁଷ୍କର୍ମ ସମ୍ପର୍କରେ କିଛି କହିନଥିଲେ। ସେ କେବଳ ତାଙ୍କୁ ମାଡ଼ପିଟ କରାଯାଇଥିବା କହିଥିଲେ ବୋଲି କୁମାର କହିଛନ୍ତି। କେବଳ ସାମାଜିକ ସଦ୍ଭାବନା ନଷ୍ଟ କରିବାପାଇଁ ଏବଂ ହିଂସା ସୃଷ୍ଟି କରିବାପାଇଁ କିଛି ବ୍ୟକ୍ତି ଭୁଲ୍ଭାବେ ତଥ୍ୟ ଉପସ୍ଥାପନା କରିଛନ୍ତି ବୋଲି ୟୁପି ପୁଲିସ ଅଧିକାରୀ କହିଛନ୍ତି। ଉକ୍ତ ଘଟଣାରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁମାନେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏଡିଜି ଗଣମାଧ୍ୟମକୁ କହିଛନ୍ତି।
ହାଥରାସ୍ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନି: ୟୁପି ପୁଲିସ
/sambad/media/post_attachments/wp-content/uploads/2020/10/fsh798sfh798sfhhsfsfhshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)