ଭିଡ ହିଂସା ନାଁରେ ହିନ୍ଦୁ ମାନଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି : ଆରଏସଏସ ମୁଖ୍ୟ

ବୃନ୍ଦାବନ : ଦେଶରେ ସଂଖ୍ୟାଲଘୁ ମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାରକୁ ନେଇ ବିତର୍କ ଚାଲିଥିବାବେଳେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଉତ୍ତରପ୍ରଦେଶର ଧାର୍ମିକ ନଗରୀ ବୃନ୍ଦାବନରେ ଏକ ସମାରୋହରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତରେ ହିନ୍ଦୁଧର୍ମକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରି କେତେକ ଅସମାଜିକ ଗୋଷ୍ଠୀ ଦେଶରେ ଘୃଣାଭାବ ସୃଷ୍ଟି କରୁଛନ୍ତି । ହିନ୍ଦୁ ସଂସ୍କୃତିକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରହିବାକୁ ସେ ସଂଘର ପ୍ରଚାରକମାନଙ୍କୁ ସତର୍କ କରାଇଦେଇଛନ୍ତି ।

ସେ କହିଛନ୍ତି ଯେ ଗୋରକ୍ଷା ନାଁରେ ମଧ୍ୟ କେତେକ ଗୋଷ୍ଠୀ ଭିଡ ହିଂସା କରି ସମାଜରେ ଘୃଣାଭାବ ସୃଷ୍ଟି କରୁଛନ୍ତି । ସେହିପରି କେତେକ ରାଜ୍ୟରେ ଅତ୍ୟନ୍ତ ଗୋପନରେ ଧର୍ମାନ୍ତରୀକରଣ ଚାଲିଛି ।

ଦେଶରେ ଭୀଡ ହିଂସା ବଢିଚାଲିଥିବାରୁ କିଛି ଦିନ ତଳେ ଦେଶର ୪୯ ଜଣ ବୁଦ୍ଧିଜୀବି ଓ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ । ଏହାର ଜବାବରେ ଆଉ ୬୧ ଜଣ ବୁଦ୍ଧିଜୀବି ଓ କଳାକାର ପତ୍ର ଲେଖ ପ୍ରଥମ ୪୯ ଜଣଙ୍କୁ ନିନ୍ଦା କରିଥିଲେ ।

ସମ୍ବନ୍ଧିତ ଖବର