ଅତ୍ୟଧିକ ବର୍ଷାରେ ବନ୍ଧ ଭାଙ୍ଗିଯିବାରୁ ପିଲାଙ୍କୁ ପଢ଼ାଇବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଦୌଡ଼ିରେ ଝୁଲି ଝୁଲି ନଦୀ ପାର ହେଲେ ଶିକ୍ଷକ,ଦେଖନ୍ତୁ ଭିଡ଼ିଓ
ପିତ୍ତୋରାଗଡ଼(ଉତ୍ତରାଖଣ୍ଡ) : କୁହାଯାଏ କର୍ମ ହିଁ ଭଗବାନ । କର୍ମ କରିବାରେ କେବେ ହେଲେ ହେଳା କରିବା ଠିକ୍ ନୁହେଁ । ନିଜର କର୍ମ ଠିକ୍ ଭାବରେ କଲେ ତାହାର ଫଳ ମଧ୍ୟ ଆପଣଙ୍କୁ ମିଳିଥାଏ । ତେବେ ଉତ୍ତରାଖଣ୍ଡରେ ଜଣେ ଶିକ୍ଷକ ନିଜର କର୍ମ ପାଇଁ କରିଥିବା କାମ ଏବେ ଚର୍ଚ୍ଚା ବିଷୟ ପାଲଟିଛି । ବର୍ଷାର ବାହାନା କରି ଘରେ ବସିବା ଅପେକ୍ଷା ସେ ସ୍କୁଲରେ ଯାଇ ପାଠ ପଢ଼ାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ସ୍କୁଲକୁ ଯିବା ପାଇଁ ଥିବା ବନ୍ଧ ବର୍ଷାରେ ଭାଙ୍ଗି ଯାଇଥିଲେ ମଧ୍ୟ ସେ ନିଜ କର୍ମସ୍ଥଳୀକୁ ଯିବା ପାଇଁ ଅନ୍ୟ ଉପାୟ ବାହାର କରିଥିଲେ ।
#WATCH: Man crosses a river with a harness as the bridge in Pithoragarh’s Danibagad is broken. #Uttarakhand pic.twitter.com/GKXYSnXdo8
— ANI (@ANI) July 31, 2018
ପିଲାମାନଙ୍କର ପଢ଼ାରେ ଯେମିତି କୌଣସି କ୍ଷତି ନ ହଉ ସେ ନେଇ ଶିକ୍ଷକ ଜଣଙ୍କ ସ୍କୁଲ ବନ୍ଦ କରିବା ଅପେକ୍ଷା ଦୌଡ଼ିରେ ଝୁଲି ଝୁଲି ଯାଇଥିବା ଜଣାପଡ଼ିଛି । ନଦୀର ସ୍ରୋତ ପ୍ରଖର ଥିଲେ ମଧ୍ୟ ନିଜ ଜୀବନକୁ ବିପଦରେ ପକାଇ ସେ ନଦୀ ପାର ହୋଇଛନ୍ତି । ଏହି ସମୟର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ଉତ୍ତରାଖଣ୍ଡର ପିତ୍ତୋରାଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି ।