ହଉସଖାସ୍ ଜଗନ୍ନାଥ ମନ୍ଦିର ସଭାପତିଙ୍କ ପରଲୋକ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ହଉସଖାସ ଜଗନ୍ନାଥ ମନ୍ଦିରର ସଭାପତି ଶତ୍ରୁଘ୍ନ ନାୟକଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ସହିତ କରୋନାରେ ଆକ୍ରାନ୍ତ ଥିଲେ।

ସ୍ବର୍ଗତ ନାୟକ ୧୯୭୫ ମସିହାରୁ ହଉସଖାସ୍ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିରେ ସକ୍ରିୟ ରୂପେ ଯୋଗଦାନ ଦେଇଆସୁଥିଲେ। ମନ୍ଦିର ପରିଚାଳନା କମିଟିରେ ସେ ଦୁଇଥର ଉପସଭାପତି ରୂପେ ଦାୟିତ୍ୱ ତୁଲାଇଥିଲେ ଏବଂ ଗତ ଚାରି ମାସ ହେବ ସଭାପତି ରୂପେ କାର୍ଯ୍ୟ ନିର୍ବାହ କରୁଥିଲେ। ଦିଲ୍ଲୀର କାଲ୍‌କାଜୀରେ ରହୁଥିବା ଶତ୍ରୁଘ୍ନ ନାୟକ ତାଙ୍କର ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ଛାଡ଼ି ଚାଲିଯାଇଛନ୍ତି। ନମ୍ର ଓ ଶାନ୍ତ ଶତୃଘ୍ନ ନାୟକଙ୍କ ବିୟୋଗରେ ହଉସଖାସ୍ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ସମେତ ପ୍ରବାସୀ ଓଡ଼ିଆମାନେ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର