କୋଲକାତା: ତୁମର ସବୁ କଲ ରେକର୍ଡ ମୋ ପାଖରେ ଅଛି, କଶ୍ମୀର ଯିବା ଭଳି କାମ କର ନାହିଁ | ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଜଣେ ଏସପିଙ୍କୁ ଏଭଳି ଧମକ ଦେଇଥିବା ଜଣାପଡ଼ିଛି | ପୂର୍ବ ମେଦିନୀପୁରର ଏସପି ଅମରନାଥ କେଙ୍କ ବାର୍ତ୍ତାଳାପର ରେକର୍ଡିଙ୍ଗ ରଖିଥିବା କଥା କହିବା ସହ ତାଙ୍କୁ ସାବଧାନର ସହ କାମ କରିବାକୁ କହିଛନ୍ତି |
indiatoday.inଆଇପିଏସ୍ ଅଧିକାରୀଙ୍କୁ ଶୁଭେନ୍ଦୁ ଅଧିକାରୀ ଚେତାବନୀ ଦେଇ କହିଛନ୍ତି ଯେ, "ଜଣେ ଯୁବକ ଅମରନାଥ କେ ଏଠାକୁ ଏସପି ହୋଇ ଆସିଛନ୍ତି | ସେ ଯାହା କରୁଛନ୍ତି ମୁଁ ଜାଣେ | ମୁଁ ଜଣେ ପୁରୁଣା ଖେଳାଳି। ମୁଁ ତାଙ୍କୁ କହିବାକୁ ଚାହେଁ ଯେ ଆପଣ ଜଣେ କେନ୍ଦ୍ରୀୟ କ୍ୟାଡର ଅଧିକାରୀ ତେଣୁ ଏଭଳି କୌଣସି ଜିନିଷରେ ଜଡିତ ହୁଅନ୍ତୁ ନାହିଁ, ଯାହା ପାଇଁ ଆପଣଙ୍କୁ କଶ୍ମୀରର ଅନନ୍ତନାଗ କିମ୍ବା ବାରାମୁଲ୍ଲାକୁ ପଠାଇଦିଆଯିବ । ପୁତୁରା(ଟିଏମସି ସାଂସଦ ଅଭିଷେକ ବାନାର୍ଜୀ) କାର୍ଯ୍ୟାଳୟରୁ ଯେଉଁମାନେ ଆପଣଙ୍କୁ କଲ କରୁଛନ୍ତି, ମୁଁ ପ୍ରତ୍ୟେକ କଲର ରେକର୍ଡିଙ୍ଗ ରଖିଛି | ଯଦି ଆପଣଙ୍କ ସହିତ ରାଜ୍ୟ ସରକାର ଅଛନ୍ତି, ଆମ ସହିତ କେନ୍ଦ୍ର ସରକାର ଅଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-141.jpg)