ସଂଖ୍ୟା ନ ଥାଇ ୟୁପି, ଗୁଜରାଟରେ ଅଧିକ ପ୍ରାର୍ଥୀ ଦେଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ୧୬ଟି ରାଜ୍ୟରେ ୫୮ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ୨୬ଟି ଆସନରେ ବିଜୟୀ ହେବ ବୋଲି ଦାବି କରିଛି। ତେବେ ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ଦୁଇ ଜଣ ଅଧିକ ପ୍ରାର୍ଥୀଙ୍କୁ ଠିଆ କରାଇଛି। ବିଜେପି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ଏହାକୁ ୮ଟି ଏବଂ ଗୁଜରାଟରେ ୨ଟି ଆସନ ମିଳିବା ନିଶ୍ଚିତ। ତେବେ ବିରୋଧୀ ସଭ୍ୟଙ୍କର କ୍ରସଭୋଟିଂ ଆଶାରେ ଏହା ୟୁପି ଓ ଗୁଜରାଟ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଅଧିକ ପ୍ରାର୍ଥୀ ଦେଇଛି। ୟୁପିରେ ଏସପି ଏବଂ ବିଏସପି ତଥା ଗୁଜରାଟରେ କଂଗ୍ରେସର କିଛି ବିଧାୟକ କ୍ରସଭୋଟିଂ କରିବେ ବୋଲି ବିଜେପି ଅଶା ବାନ୍ଧିଛି। ବିଜେପିର ଏହି ଚାଲ ଗୁଜରାଟରେ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି। ସେହିଭଳି ୟୁପିରେ ବିଜେପିର ନବମ ପ୍ରାର୍ଥୀ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର