ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଜବ ଘଟଣା ଘଟିଛି। ନିଜ ୮ମାସର ପୁଅକୁ ଛେଳି ବୋଲି କହି ମା’ ନିର୍ମମ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ହତ୍ୟା ପରେ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଯେଉଁଠି ରହିବା ଯୋଗ୍ୟ, ସେଠାକୁ ପଠାଇ ଦେଇଛି ବୋଲି କହିଛି ଅଭିଯୁକ୍ତ ମା’। ଅନ୍ୟପକ୍ଷରେ ଏନେଇ ମୃତକର ବାପା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମା’କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନା ରଶ୍ମୀ ଲୋଧି ବୋଲି ଜଣାପଡ଼ିଛି।

Advertisment

LA leaders request state AG review of police shooting involving daughter of union official – Daily News Los Angeles Daily News

ପୁଲିସର ସୂଚନା ମୁତାବକ, ଭୋପାଳର ଚୁରାରୀ ଗ୍ରାମରେ ରହୁଥିବା ରଶ୍ମୀ ଶନିବାର ଅପରାହ୍ନରେ ନିଜ ପୁଅକୁ ନେଇ ଘରୁ ବାହାରିବା ସହ କିଛି ଘଣ୍ଟା ପରେ ଘରକୁ ଫେରିଥିଲେ। ଯିବା ସମୟରେ ଜୀବିତ ପୁଅକୁ ନେଇଥିବା ବେଳେ ଆସିବା ସମୟରେ ହାତରେ ଥିଲା ପୁଅର ମୃତଦେହ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁଅକୁ ଦେଖି ରଶ୍ମୀଙ୍କ ସ୍ବାମୀ କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପୁଅ ଛେଳି ଥିଲା। ଯେଉଁଠି ରହିବା ଯୋଗ୍ୟ, ସେଠାକୁ ପଠାଇ ଦେଇଛି ବୋଲି କହିଥିଲେ ରଶ୍ମୀ। ଏଭଳି ଉତ୍ତର ଶୁଣିବା ପରେ ରଶ୍ମୀଙ୍କ ସ୍ବାମୀ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି।

ତେବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପୁଲିସ ସନ୍ଦେହ କରିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି କହିଛି।