ନୂଆଦିଲ୍ଲୀ: ସାମ୍ବିଧାନିକ ଅଦାଲତମାନଙ୍କରେ ଥିବା ବିଚାରପତିମାନଙ୍କର ବେତନ ବଢ଼ାଇବା ନିମନ୍ତେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ମଙ୍ଗଳବାର ଦିନ ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କହିଛି। ସପ୍ତମ ବେତନ କମିସନ୍ଙ୍କ ସୁପାରିସ ଲାଗୁ ହେବା ପରେ ଅମଲାମାନଙ୍କୁ ବେତନ ଠାରୁ ଏହି ବିଚାରପତିମାନଙ୍କ ବେତନ କାହିଁ କେତେ ପଛରେ ଅଛି।
ଉଚ୍ଚତମ ନ୍ୟାୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସଫେଇ ଭତ୍ତା ମଞ୍ଜୁର କରାଯିବା ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଜେ ଚେଲାମେଶ୍ୱର ଏବଂ ଏସ୍ ଅବ୍ଦୁଲ୍ ନାଜିର୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର୍ ଜେନେରାଲ୍ ପି ଏସ୍ ନରସିଂହମ୍ଙ୍କୁ ପଚାରି ଥିଲେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ସପ୍ତମ ବେତନ କମିସନ୍ଙ୍କ ଅନୁମୋଦନ ସହ ସମତୁଲ କରାଯିବାକୁ ଥିବା ସୁପ୍ରିମ୍ କୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କ ଦରମା କଥା କ’ଣ ହେଲା?
Image Courtesy of HTନୈତିକତା ଆଧାରରେ ଗତ ମାର୍ଚ ମାସରେ କେନ୍ଦ୍ର ସରକାର ବିଚାରପତିମାନଙ୍କ ଦରମା ବୃଦ୍ଧି କଥା ଗ୍ରହଣ କରିଥିଲେ କିନ୍ତୁ, ପରବର୍ତ୍ତୀ କାର୍ଯ୍ୟ ଧାରା ପାଇଁ ତାହା ପଡ଼ି ରହିଛି। ସଂସଦ ଦ୍ୱାରା ସଂଶୋଧନ ଅନୁମୋଦନ କରାଯିବା ପରେ ହିଁ ଯାଇ ବିଚାରପତିମାନଙ୍କ ଦରମା ବୃଦ୍ଧି କରାଯାଇ ପାରିବ।
ସପ୍ତମ ବେତନ କମିସନ୍ଙ୍କ ସୁପାରିସ ଲାଗୁ ହେବା ପରେ, ଶୀର୍ଷ ପାହ୍ୟାର ଅମଲା, କ୍ୟାବିନେଟ୍ ସେକ୍ରେଟେରିାମାନେ ଭତ୍ତା ବ୍ୟତିରେକେ ଅଢ଼େଇ ଲକ୍ଷ ଟଙ୍କା ଦରମା ପାଉଛନ୍ତି।
Image Courtesy of HTଏହା ତୁଳନାରେ କ୍ୟାବିନେଟ୍ ସେକ୍ରେଟାରିଙ୍କଠାରୁ ଊର୍ଦ୍ଧ୍ୱ ପାହ୍ୟାରେ ଥିବା ଭାରତର ମୁଖ୍ୟ ବିଚାରପତି ଅନ୍ୟାନ୍ୟ ଭତ୍ତାକୁ ବାଦ ଦେଇ ୧ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ସୁପ୍ରିମ୍ କୋର୍ଟର ବିଚାରପତିମାନେ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ମାସିକ ୯୦ ହଜାର ଟଙ୍କା ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି। ଅନ୍ୟାନ୍ୟ ଭତ୍ତା ସହ ହାଇକୋର୍ଟର ବିଚାରପତିମାନେ ମାସିକ ୮୦ ହଜାର ଟଙ୍କା ଦରମା ପାଉଛନ୍ତି।
ଏହା ଟଙ୍କାପଇସା କଥା ନୁହେଁ ଆତ୍ମସମ୍ମାନର ପ୍ରଶ୍ନ ବୋଲି ସୁପ୍ରିମ୍ କୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ ଗଣମାଧ୍ୟମକୁ କହିଛନ୍ତି। ଉଚ୍ଚରେ ଥାଇ ମଧ୍ୟ ବିଚାରପତିମାନେ ଅମଲାମାନଙ୍କଠାରୁ କମ୍ ଦରମା ପାଇବା ଲଜ୍ଜାଜନକ।
ମଙ୍ଗଳବାର ଦିନ ଶୁଣାଣି ବେଳେ ଏଏସ୍ଜି ନରସିଂହ କହିଲେ କି ଏ ମାମଲା ସଂକ୍ରାନ୍ତରେ ସେ ସରକାରଙ୍କ ଠାରୁ ନିର୍ଦେଶ ଆଣି ନଭେମ୍ବର ୧୪ ତାରିଖ ଦିନ ଅଦାଲତକୁ ଆସିବେ। ମୁଖ୍ୟ ମାମଲା ଅଦାଲତର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସଫେଇ ଭତ୍ତା ଦେବା ପ୍ରସଙ୍ଗରେ ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ବିନା ଅନୁମୋଦନ ବିନା ସାମ୍ବିଧାନିକ ଅଦାଲତ ଏହି ଭତ୍ତା ଦେଇ ପାରିବ ନାହିଁ।
Image Courtesy of Law Gupsupନରସିଂହ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟ ଆପଣାଛାଏଁ ତା’ର କର୍ମଚାରୀମାନଙ୍କୁ ସଫେଇ ଭତ୍ତା ଦେଉଛି, କିନ୍ତୁ ତାହା ଆଇନତଃ ଅସିଦ୍ଧ।
ଏହା ପରେ ଉଚ୍ଚତମ ନ୍ୟାୟାଳୟର କର୍ମଚାରୀମାନେ ହାଇକୋର୍ଟର କର୍ମଚାରୀଙ୍କ ସମତୁଲ ସୁବିଧା ପାଇବା ନିମନ୍ତେ ପିଟିସନ୍ ଫାଇଲ୍ କରିଥିଲେ। ଏଏସ୍ଜି କହିଥିଲେ ଯେ କେତେକ ଅଫିସ୍ରେ ଦିଆଯାଉଥିବା ପ୍ରାୟ ୧୫୮ ପ୍ରକାର ଭତ୍ତାକୁ ସରକାର ଉଠାଇ ଦେଇ ମାତ୍ର ଛଅ ସାତଟି ଭତ୍ତା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/supreme-court_e29a73f6-b6fa-11e7-8276-b04a35b0fb2c.jpg)