ନୂଆଦିଲ୍ଲୀ: ମଣିପୁର ବିଶ୍ୱବିଦ୍ୟାଳୟ ଇମ୍ପାଲଠାରେ ଆଜିଠାରୁ ଆରମ୍ଭ ହୋଇଛି ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ। ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ  ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକିଙ୍ଗଙ୍କୁ ମନେ ପକାଇଛନ୍ତି। ହକିଙ୍ଗ୍‌ସ ଦୁଇ ଥର ଭାରତକୁ ଆସିଥିବା ବେଳେ ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ ବୋଲି ମୋଦି କହିଛନ୍ତି। ଭାରତ ପାଇଁ ହକିଙ୍ଗ ପ୍ରେରଣାର ଉତ୍ସ ଥିଲେ ବୋଲି ନିଜ ଅଭିଭାଷଣରେ କହିଛନ୍ତିି ମୋଦି।

Advertisment

publive-image

୧୯୪୪ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଣିପୁରରୁ ସ୍ୱାଧୀନତା ଲଢେଇ ଆରମ୍ଭ କରିଥିଲେ ଏବଂ ଏବେ ବିଜ୍ଞାନ କଂଗ୍ରେସର ସାମିଲ ହୋଇଥିବା ବୈଜ୍ଞାନିକଙ୍କ ମଧ୍ୟରେ ବି ସେହି ଉତ୍ସାହ ଦେଖିବାକୁ ମିଳିଛି। ଜଳବାୟୁ ପରିବର୍ତନ ଦିଗରେ ସମସ୍ତେ ଜତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୋଦି। ଭାରତୀୟ ଜାତୀୟ ବିଜ୍ଞାନ କଂଗ୍ରେସର ସଭାପତି ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ର୍ନିବାଚିତ ହୋଇଥିବା ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତ। ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୫ହଜାର ପ୍ରତିନିଧି ଯୋଗ ଦେଇଛନ୍ତି। ୫ହଜାର ପ୍ରତିନିଧିଙ୍କ ମଧ୍ୟରେ ୨ହଜାର ବୈଜ୍ଞାନିକ ଅଛନ୍ତି।

ଆଗାମୀ ୧୮ ତାରିଖ ଯାଏଁ ଚାଲିବ ଭାରତୀୟ ବିଜ୍ଞାନ କଂଗ୍ରେସ। ଏହାପରେ ମୋଦି ଲୁୱାଙ୍ଗ ସାମ୍‌ ବମ୍‌ ରେ ମଲଟି ସ୍ପୋର୍ଟ୍‌ସ କମ୍ଲେକ, ନ୍ୟାସନାଲ ସ୍ପୋର୍ଟ୍‌ସ ୟୁନିଭର୍ସିଟି ଓ ସ୍‌ୱାଧିନତା ସଂଗ୍ରାମୀ ରାଣୀ ଗେଦିନଲିୟୁଙ୍କ ନାଁରେ ନାମିତ ପାର୍କର ଉଦ୍‌ଘାଟନ କରିବେ। ଏହାସହ ବିଭିନ୍ନ ପ୍ରକଳ୍ପର ଶିଳ୍ୟାନାସ କରିବା ପରେ ଏକ ରାଲିରେ ଯୋଗଦେବେ ମୋଦି।