ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନାକଲେ ହାଇକୋର୍ଟ

କୋଲକତା : ପଶ୍ଚିମବଙ୍ଗରେ ବିଜେପିକୁ ଏକ ଧକ୍କା ମିଳିଛି । ଦଳର ସଭାପତି ଅମିତ ଶାହାଙ୍କ ପ୍ରସ୍ତାବିତ ରଥଯାତ୍ରାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି କାଲକାଟା ହାଇକୋର୍ଟ । ଆସନ୍ତା ଶୁକ୍ରବାରଦିନ କୁଚ ବିହାରରେ ବିଜେପି ୩ଟି ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା । ଅମିତ ଶାହା ଏଥିରେ ଯୋଗ ଦେଇଥାନ୍ତେ । କିନ୍ତୁ ଏହା ଦ୍ୱାରା ସାଂପ୍ରଦାୟିକ ଉତ୍ତେଜନା ହେବାର ଆଶଙ୍କା ରହିଛି ବୋଲି କହି ରାଜ୍ୟ ସରକାର ଏହାକୁ ଅନୁମତି ଦେଇନଥିଲେ । ଏହା ବିରୋଧରେ ବିଜେପି ହାଇକୋର୍ଟ ଯାଇଥିଲା ।

ପଶ୍ଚିମ ବଙ୍ଗର ଆଡଭୋକେଟ ଜେନେରାଲ କିଶୋର ଦତ୍ତ କହିଛନ୍ତି ଯେ ଏହି ରଥ ଯାତ୍ରା ଯୋଗୁଁ ସାଂପ୍ରଦାୟିକ ଉତ୍ତେଜନା ବଢିବା ଆଶଙ୍କାରେ ଜିଲ୍ଲା ଏସପି ଅନୁମତି ଦେଇନଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜାନୁୟାରୀ ୯ରେ ହେବ ।

ସମ୍ବନ୍ଧିତ ଖବର