୩୫୦ କେଜି ଗଞ୍ଜେଇ ସହ ଏନସିବି ଗିରଫ କରିଥିବା ଯୁବକଙ୍କୁ ଜାମିନ ଦେଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ପାଖାପାଖି ୩୫୦କିଲୋଗ୍ରାମ ଗଞ୍ଜେଇ ଜବତ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଯୋଧ୍ୟାର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଏବେ ଏନସିବି ଦ୍ବାରା ଗିରଫ ହୋଇଥିବା ଯୁବକଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛି।

ହାଇକୋର୍ଟର ଏକ ଲକ୍ଷ୍ନୌ ଖଣ୍ଡପୀଠ ଅଯୋଧ୍ୟା ନିବାସୀ କାଲିମଙ୍କୁ ଜାନୁଆରି ୨୦୧୯ରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ଗିରଫ ହୋଇଥିବା ଯୁବକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅକ୍ଟୋବର ୨୧ରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ଖଣ୍ଡପୀଠ କହିଥିଲେ ଯେ, ଅଭିଯୋଗର ପ୍ରକୃତି ଏବଂ ଏହାର ପ୍ରମାଣକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୮, ୨୦୧୯ ଠାରୁ ଅଭିଯୁକ୍ତ ଜେଲରେ ଥିଲେ। ବ୍ୟବହାର ନିଷିଦ୍ଧ କରାଯାଇଥିବା ସାମଗ୍ରୀ ସହ ଏନସିବି ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ପରେ ଅଯୋଧ୍ୟା ଜିଲ୍ଲାର ଏନସିବି ପୁଲିସ ଷ୍ଟେସନରେ ଏତଲା ଲେଖାଯାଇଥିଲା। ଏହା ପରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ହେଲେ ଏବେ ତାଙ୍କୁ ଜାମିନ ମିଳିବା ସହ ସେ ଏହି ଜାମିନର ଲାଭ ଉଠାଇ ପୁଣି ଥରେ ଭୁଲ କାମ କରିବେ ନାହିଁ ହାଇକୋର୍ଟକୁ କହିଥିବା ଜଣାପଡ଼ିିଛି।

ସମ୍ବନ୍ଧିତ ଖବର