ସଲମାନ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ଆଜି (ମଙ୍ଗଳବାର) ବମ୍ବେ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଅଦାଲତି ମାମଲାରେ ସଲମାନ ଆଶ୍ୱସ୍ତି ପାଇଛନ୍ତି। ଗୋଟିଏ ମାମଲାରେ ବମ୍ବେ ହାଇକୋର୍ଟ ମଙ୍ଗଳବାର ସଲମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିବା ଅନ୍ୟ ଆଶ୍ୱସ୍ତିଟି ସଲମାନଙ୍କୁ ଏକ ନିମ୍ନ ଅଦାଲତରୁ ମିଳିଛି।

ପ୍ରଥମ ଘଟଣାରେ, ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ୨୦୧୯ରେ ଜଣେ ସାମ୍ବାଦିକଙ୍କ ସହ ଅସଦାଚରଣ ମାମଲାରେ ନିମ୍ନ ଅଦାଲତ ସଲମାନଙ୍କୁ ଜାରି କରିଥିବା ପ୍ରକ୍ରିୟାକୁ (ସମନ) ମେ ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେହିପରି ଦ୍ୱିତୀୟ ଘଟଣାରେ ମୁମ୍ବାଇର ଏକ ମାଜିଷ୍ଟ୍ରେଟଙ୍କ ଅଦାଲତ ସମାନ ମାମଲାରେ ସଲମାନଙ୍କୁ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମେ ୯ ପର୍ଯ୍ୟନ୍ତ ମହଲତ ପ୍ରଦାନ କରିଛନ୍ତି।

Image Courtsy: ABP Live

ଉଲ୍ଲେଖଯୋଗ୍ୟ, ଗତ ମାସରେ ମୁମ୍ବାଇର ଏକ ସିଭିଲ କୋର୍ଟ ଏହି ମାମଲାରେ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କୁ ସମନ ଜାରି କରିଥିଲେ ଏବଂ ଏପ୍ରିଲ ୫ରେ ଉଭୟଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ମଙ୍ଗଳବାର ଦିନ ସଲମାନଙ୍କ ଓକିଲମାନେ ବ୍ୟକ୍ତିଗତ ହାଜରରୁ ଛାଡ ପାଇଁ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଏକ ଆବେଦନ ଦାଖଲ କରିଥିଲେ। ମାଜିଷ୍ଟ୍ରେଟଙ୍କ ଅଦାଲତ ଏହି ଆବେଦନର ଶୁଣାଣି କରି ସଲମାନଙ୍କୁ ବ୍ୟକ୍ତିଗତ ହାଜରରୁ ଛାଡ ପ୍ରଦାନ କରିବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୯ କୁ ଧାର୍ଯ୍ୟ କରିଥିଲେ। ନିମ୍ନ ଅଦାଲତ ତାଙ୍କୁ ଜାରି କରାଯାଇଥିବା ପ୍ରକ୍ରିୟା (ସମନ)କୁ ଚ୍ୟାଲେଞ୍ଜ କରି ସଲମାନ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଯାହାକୁ ମେ ୫ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ।

ସମ୍ବନ୍ଧିତ ଖବର