ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀଙ୍କୁ ଆଜି ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୃଦୁ ହୃଦଘାତ ହୋଇଛି। ବେଙ୍ଗାଲୁରୁର ଜୟନଗରସ୍ଥିତ ଆପୋଲୋ ହସ୍ପିଟାଲରେ ବୁଧବାର ଭୋର ପ୍ରାୟ ୩ଟା ୪୦ରେ ତାଙ୍କୁ ଭର୍ତ୍ତି କରାଯାଇଛି। ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପି ସତୀଶଚନ୍ଦ୍ରା ଓ ତାଙ୍କ ଟିମ୍ କୁମାରସ୍ବାମୀଙ୍କୁ ଚିକିତ୍ସା କରୁଛନ୍ତି ବୋଲି ଆପୋଲୋ ହସ୍ପିଟାଲର ଉପସଭାପତି ତଥା ୟୁନିଟ ହେଡ୍‌ ଡା. ଜି ଯତୀଶ କହିଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ସେ ଏବେ ନିରୀକ୍ଷଣରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୬୩ ବର୍ଷୀୟ କୁମାରସ୍ବାମୀଙ୍କର ହୃତପିଣ୍ଡରେ ପୂର୍ବରୁ ଅସ୍ତ୍ରୋପଚାର ହୋଇଛି।