ନୂଆଦିଲ୍ଲୀ: ଜଣେ ଯୁବକଙ୍କୁ ଜଣେ ମଡେଲ୍ ତଥା ଦେହଜୀବୀଙ୍କ ନାମରେ ଗୁଜବ ପ୍ରଘଟ କରିବା ଭାରି ପଡ଼ିଛି। ଯୁବକ ଜଣକ ମଡେଲ୍ଙ୍କୁ ଏଡ୍ସ ହୋଇଛି ବୋଲି ମିଥ୍ୟା ପ୍ରଘଟ କରିବା ପରେ ମଡେଲ୍ ଜଣକ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ମଡେଲ୍ଙ୍କ ଅଭିଯୋଗ ହେଉଛି ଯେ ଯୁବକ ଜଣକ ତାଙ୍କ ବିରୋଧରେ ଯେଉଁ ଗୁଜବ ପ୍ରଘଟ କରିଛନ୍ତି ତାହା ତାଙ୍କ ଜୀବନଶୈଳୀ ଉପରେ ଖୁବ୍ ପ୍ରଭାବ ପକାଇଛି। ମଡେଲ୍ଙ୍କ ମାମଲାକୁ କେନ୍ଦ୍ର କରି ଯେତେବେଳେ ଯୁବକଙ୍କୁ କୋର୍ଟ ଡକାଗଲା ସେ ସେତେବେଳେ ତାଙ୍କ ଓକିଲଙ୍କୁ କହିଥିଲେ କି ସେ ମଡେଲ୍ଙ୍କ ସହ ଥଟ୍ଟା କରିବାକୁ ଯାଇ ଏପରି ପ୍ରଚାର କରିଥିଲେ। ମାତ୍ର ଯୁବକଙ୍କର ଏହି ଥଟ୍ଟା ମଡେଲ୍ଙ୍କୁ ଖୁବ୍ ଅସୁବିଧାର ସାମ୍ନା କରିବାକୁ ବାଧ୍ୟ କରି ଦେଇଥିବା ସୂଚନା ରହିଛି।
ଏହି ମାମଲା ନ୍ୟୁଜିଲାଣ୍ଡ୍ର ଏକ ଜିଲ୍ଲା ଅଦାଲତାରେ ବିଚାର ହୋଇଥିଲା। ଗୁଜବ ପ୍ରଘଟ କରିଥିବା ଯୁବକଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣା ସଂପର୍କରେ ମଡେଲ୍ ତଥା ଦେହଜୀବୀ ଲିସା ଲେୱିସ୍ କହିଛନ୍ତି, ‘ଯୁବକ ଜଣକ ମୋ ବିଷୟରେ ଯେଉଁ କଥା କହିଛନ୍ତି ତାହା ମୋତେ ବଦନାମ କରିବା ପରି କଥା ଓ ଖୁବ୍ ନିନ୍ଦନୀୟ। ମୋତେ ଲାଗୁଛି ସେ ମୋତେ ଓ ମୋ ରୋଜଗାରକୁ ନଷ୍ଟ କରିବାକୁ ଚାହୁଁଥିଲେ। ସେ ମୋତେ ତ ନଷ୍ଟ କରିପାରିଲେ ନାହିଁ, ମାତ୍ର ମୋର ଅପମାନ କରିବାରେ ସଫଳ ହୋଇଛନ୍ତି।’
ଡେଲି ଷ୍ଟାର୍ ମୁତାବକ୍, ନ୍ୟୁଜିଲାଣ୍ଡ୍ର ବାସିନ୍ଦା ଲିସା ଲେୱିସ୍ ଜଣେ ପରିଚିତା ଆଡଲ୍ଟ ମଡେଲ୍। ସେ ସୋସିଆଲ୍ ମିଡିଆରେ ବେଶ୍ ଜଣାଶୁଣା।