ଧର୍ମ ବଦଳାଇ ହିନ୍ଦୁ ଝିଅକୁ ବାହା ହୋଇଥିବା ମୁସଲମାନ ବ୍ୟକ୍ତି ପତ୍ନୀଙ୍କୁ ପାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ପ୍ରେମିକାକୁ ବାହା ହେବାକୁ ହିନ୍ଦୁଧର୍ମ ଗ୍ରହଣ କରିଥିବା ଛତିଶଗଡ଼ର ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପିତାମାତାଙ୍କ କବଳରୁ ମୁକୁଳାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଧମତାରି ଜିଲ୍ଲା ମାଜିଷ୍ଟ୍ରେଟ୍‌, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌, କୋତଓ୍ଵାଲି ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ଓ ସେ ଝିଅର ପିତାଙ୍କୁ ନୋଟିସ୍‌ ଜାରି କରିଛି। ଅଗଷ୍ଟ ୨୭ ତାରିଖ ଦିନ ସେ ଝିଅକୁ ସୁପ୍ରିମ୍‌ କୋର୍ଟରେ ହାଜର କରାଇବାକୁ ଖଣ୍ଡପୀଠ ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି।

ଦୀର୍ଘ ଦୁଇ ବର୍ଷ ଧରି ଜଣେ ୨୩ ବର୍ଷୀୟ ମହିଳାଙ୍କୁ ପ୍ରେମ କରୁଥିବା ୩୩ ବର୍ଷିୟ ମହମ୍ମଦ ଇବ୍ରହିମ୍‌ ସିଦ୍ଦିକି ପ୍ରେମିକାକୁ ବାହା ହେବା ଆଗରୁ ହିନ୍ଦୁ ଧର୍ମ ଗ୍ରହଣ ଆର୍ଯ୍ୟାନ୍‌ ଆର୍ଯ୍ୟ ନାମ ଧାରଣ କରିଥିଲେ। ସ୍ତ୍ରୀଙ୍କୁ ତାଙ୍କ ପିତାମାତାଙ୍କ କବଳରୁ ମୁକ୍ତ କରିବାକୁ ଛତିଶଗଡ଼ ହାଇକୋର୍ଟଙ୍କୁ ଆବେଦନ କରିଥିଲେ, କିନ୍ତୁ କୋର୍ଟ ତ୍ରୁଟିପୂର୍ଣ୍ଣ ଆଦେଶ ଯୋଗୁଁ ତାଙ୍କ ପତ୍ନୀଙ୍କୁ ମୁକୁଳାଇ ନ ହେବାରୁ ସେ ସୁପ୍ରିମ୍‌ କୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ।

ସିଦ୍ଦିକି ରାୟପୁରରେ ଫେବ୍ରୁଆରି ୨୫ ତାରିଖ ଦିନ ହିନ୍ଦୁଧର୍ମ ଗ୍ରହଣ କରିଥିଲେ। ଫେବ୍ରୁଆରି ୨୫ ତାରିଖ ଦିନ ରାୟପୁରର ଆର୍ଯ୍ୟ ସମାଜ ମନ୍ଦିରରେ ଦୁହେଁ ବିବାହ କରିଥିଲେ।

ପିଟିସନ୍‌ରେ ଦର୍ଶାଯାଇଛି ଯେ ତାଙ୍କ ପତ୍ନୀ ଧମତାରିସ୍ଥିତ ତାଙ୍କ ବାପଘରକୁ ଯାଇଥିଲେ, କିନ୍ତୁ ବିବାହ କରିଛନ୍ତି ବୋଲି ସେ କହି ନ ଥିଲେ।
ଆବେଦନରେ ଆହୁରି ଦର୍ଶାଯାଇଛି ଯେ, ବିବାହ ବିଷୟରେ ପତ୍ନୀଙ୍କ ପିତାମାତା ଜାଣିବା ପରେ ଜୁନ୍‌ ୩୦ ତାରିଖ ରାତିରେ ସେ ସିଦ୍ଦିକିଙ୍କ ପାଖକୁ ଆସିବାକୁ ଘରୁ ଚାଲି ଆସିଥିଲେ। ବାଟରେ ପୁଲିସ ତାଙ୍କୁ ଅଟକାଇ ଥାନାକୁ ନେଇ ସେଠାରୁ ସରକାରୀ ମହିଳା ସଙ୍କଟ ଗୃହକୁ ପଠାଇ ଦେଇଥିଲେ।

ସିଦ୍ଦିକ୍‌ କହିଛନ୍ତି ଯେ ପୁଲିସ ତାଙ୍କ ପତ୍ନୀଙ୍କ ବୟାନକୁ ଭୁଲ୍‌ ରେକର୍ଡ କରି ଦର୍ଶାଇଛି ସେ ତାଙ୍କ ପିତାମାତାଙ୍କ ସହ ରହିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର