ନୂଆଦିଲ୍ଲୀ: ଆଗାମୀ ୧୦ରୁ ୧୨ ଦିନ ଭିତରେ ପିଲାମାନଙ୍କ ପାଇଁ ଭାରତରେ କରୋନା ଟିକା ପରୀକ୍ଷଣ ଆରମ୍ଭ ହେବ। ଆଜି ଏ ବାବଦରେ ନୀତି ଆୟୋଗ ସଦସ୍ୟ ଡ. ଭି.କେ. ପଲ୍ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ’ର ନୈଦାନିକ ପରୀକ୍ଷଣ ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ମିଳିସାରିଛି ବୋଲି ଡ. ପଲ୍ ସୂଚନା ଦେଇଛନ୍ତି।
ଆଗାମୀ ୧୦-୧୨ ଦିନରେ ପିଲାଙ୍କ ପାଇଁ ଏହି ଟିକା ପରୀକ୍ଷଣ ଆରମ୍ଭ ହୋଇଯିବ ଏବଂ ଏଥିପାଇଁ ନିର୍ଦ୍ଧାରିତ ପରୀକ୍ଷଣ କେନ୍ଦ୍ର ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଆଶଙ୍କା ଥିବାରୁ ସରକାର ଏ ଦିଗରେ ଯୁଦ୍ଧସ୍ତରରେ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଡିଆର୍ଡିଓ ଦ୍ବାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍ ଔଷଧକୁ ମଧ୍ୟ କରୋନା ଚିକିତ୍ସା ପ୍ରୋଟୋକଲରେ ସାମିଲ କରିବାକୁ ବିଚାର କରାଯାଉଛି ଏବଂ ଏ ବାବଦରେ ଜାତୀୟ ଟାସ୍କ ଫୋର୍ସ ଆବଶ୍ୟକ ଯାଞ୍ଚ କରି ନିଷ୍ପତ୍ତି ନେବ ବୋଲି ଡ. ପଲ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/f4kj4d56g4j6d5g4j56dg4j4dgj4dgj456dgjdgdgdgdgdgdgdgdgdgdgdgdgdgdgdgdg.jpg)