ୱାଶିଂଟନ: ଆମେରିକାର କଂଜରଭେଟିଭ କର୍ମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ଚାର୍ଲି କିର୍କଙ୍କ ହତ୍ୟା ଘଟଣା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ଏରିକା କିର୍କ।
ଚାର୍ଲି କିର୍କଙ୍କ ବିଧବା ଏରିକା କିର୍କ ଶୁକ୍ରବାର ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟ ଦେବା ବେଳେ କାନ୍ଦି ପକାଇଥିବାର ଦେଖିବାକୁ ମିଳିଥିଲା। ଏରିକା ତାଙ୍କ ସ୍ୱାମୀଙ୍କ ଜୀବନ ଏବଂ ଐତିହ୍ୟକୁ ସମ୍ମାନ ଜଣାଇ ତାଙ୍କର ଦୁଃଖ ବାଣ୍ଟିଥିଲେ।
ଏରିକା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, "ମୋ ସ୍ୱାମୀ ମୋ ପାଇଁ, ଆମ ଜାତି ପାଇଁ, ଆମ ପିଲାମାନଙ୍କ ପାଇଁ ତାଙ୍କ ଜୀବନ ଦେଇଛନ୍ତି,"। ଏରିକାଙ୍କ ସ୍ୱର ଦୁଃଖ ଏବଂ ଶକ୍ତି ଉଭୟରେ ପରିପୂର୍ଣ୍ଣ ଥିଲା। ତାଙ୍କ ଶବ୍ଦଗୁଡ଼ିକ ଯେପରି ଜଣେ ଅନ୍ୟନ୍ତ ସାହସୀ ନାରୀଙ୍କୁ ପ୍ରତିନିଧୀତ୍ବ କରୁଥିଲା।
ଏରିକା ଏହି ଦୁଃଖଦ ଘଟଣା ପରଠାରୁ ତାଙ୍କ ପରିବାରକୁ ସମର୍ଥନ କରିଥିବା ଅଗଣିତ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପ୍ରତି ସେମାନଙ୍କର ସମର୍ଥନ ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ଗତ ବୁଧବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସମୟରେ କିର୍କଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହା ପରେ ଏଫବିଆଇ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଥିଲା ଓ ପରେ ପରେ ଅଭିଯୁକ୍ତର ଏକ ଫଟୋ ଜାରି କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/13/new-project-38-2025-09-13-12-05-17.jpg)