ରାଜନାଥଙ୍କ କଟାକ୍ଷ : ଠିକ୍‌ କହିଛନ୍ତି ଆଫ୍ରିଦି

ନୂଆଦିଲ୍ଲୀ : କଶ୍ମୀର ବାବଦରେ ଗତକାଲି ବୟାନ ରଖିଥିବା ପୂର୍ବତନ ପାକ୍‌ କ୍ରିକେଟର୍‌ ସାହିଦ ଆଫ୍ରିଦିଙ୍କୁ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କଟାକ୍ଷ କରିଛନ୍ତି। ସେ କହିଛନ୍ତି, କଶ୍ମୀର ବାବଦରେ ଆଫ୍ରିଦି ଠିକ୍‌ କହିଛନ୍ତି। ପା‌କିସ୍ତାନ ପ୍ରକୃତରେ କଶ୍ମୀରଙ୍କୁ ସମ୍ଭାଳି ପାରିବ ନାହିଁ। ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। ଉଲ୍ଲେଖଯୋଗ୍ୟ, ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଫ୍ରିଦି କହିଥିଲେ, ପାକିସ୍ତାନ ନିଜକୁ ସମ୍ଭାଳି ପାରୁନାହିଁ। ଦେଶର ଜନତାଙ୍କ କଥା ଠିକ୍‌ ଭାବେ ବୁଝିପାରୁନାହିଁ। କଶ୍ମୀରକୁ ଏହା କିଭଳି ସମ୍ଭାଳିବ ବୋଲି ସେ ପ୍ରଶ୍ନ କରିଥିଲେ। କଶ୍ମୀରକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦିଆଗଲେ ହିଁ ପରିବର୍ତ୍ତନ ଆସିବ ବୋଲି ସେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର