ମୁମ୍ବାଇ: ଆଜିକାଲି ବଲିଉଡରେ ବିବାଦ ଥମିବାର ନାଁ ନେଉନାହିଁ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ବଲିଉଡ ଦୁଇଫାଳ ହୋଇଥିବା ବେଳେ ବଲିଉଡରୁ ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ନିକଟରେ କଙ୍ଗନା ରାଣାୱତ ଅନେକ ତାରକା ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ କରିଥିବାବେଳେ ବର୍ତ୍ତମାନ ଜଣେ ମଡେଲ ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଗାଇଛନ୍ତି। ମଡେଲଙ୍କ ଅନୁଯାୟୀ ସାଜିଦ ତାଙ୍କୁ ନିଜ ସିନେମାରେ କାମ ଦେବା ପାଇଁ ଆପତ୍ତିଜନକ କାମ କରିବାକୁ କହିଥିଲେ।
View this post on Instagram🙏🏼 Before democracy dies and there is no freedom of speech anymore I thought I should speak !
ନିଜ ଇନଷ୍ଟା ପୋଷ୍ଟରେ ମଡେଲଜଣଙ୍କ ଲେଖିଛନ୍ତି ଯେ, ବଲିଉଡରେ ମୋର କେହି ଗଡଫାଦର ନଥିଲେ ଏବଂ ମୋତେ ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ପଡୁଥିଲା। ଯାହାର ଫାଇଦା ଲୋକମାନେ ଉଠାଇଥିଲେ। ବର୍ତ୍ତମାନ ମୁଁ ସାଜିଦଙ୍କ ବିରୋଧରେ କହିବାକୁ ସାହସ କରୁଛି, କାରଣ ଏବେ ମୋ ସହ ମୋର ମାତା-ପିତା ରହୁନାହାନ୍ତି। ମୋତେ ୧୭ବର୍ଷ ହୋଇଥିବା ବେଳେ ସେ ମୋ ସହ ଅସଦାଚରଣ କରିଥିଲେ। ସେ ମୋ ସହିତ ଅଶ୍ଲୀଳ କଥା ହେବା ସହ ମୋତେ ଅଶାଳୀନ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ। ଏହା ପରେ ସେ ଫିଲ୍ମରେ କାମ ଦେବା ପାଇଁ ମୋତେ ପୋଷାକ ଖୋଲିବାକୁ କହିଥିଲେ ବୋଲି ଲେଖିଛନ୍ତି ପୀଡ଼ିତା। ଏଭଳି କାମ ପାଇଁ ସାଜିଦଙ୍କୁ ଜେଲ ପଠାଇଦେବା ଦରକାର ବୋଲି ଶେଷରେ ନିଜ ପୋଷ୍ଟରେ ପୀଡ଼ିତା ଲେଖିଥିବା ଦେଖାଯାଇଛି।