ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମହମ୍ମଦ ମିଆ ଜନୈକ ଭିନ୍ନକ୍ଷମ ଯୁବକଙ୍କୁୁ ରାଜରାସ୍ତା ଉପରେ ଗୋଟିଏ ବାଉଁଶ ବାଡ଼ିରେ ନିର୍ଘାତ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ହରଡ଼ଘଣାରେ ପଡ଼ି ଯାଇଛନ୍ତି ବିଜେପି ନେତା ମିଆ।

Advertisment

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଉତ୍ତରପ୍ରଦେଶ ଆମରୋହାର ବିଜେପି ନେତା ମହମ୍ମଦ ମିଆ ଜନୈକ ଭିନ୍ନକ୍ଷମ ଯୁବକଙ୍କୁ ଗୋଟିଏ ବାଉଁଶ ବାଡ଼ି ସାହାଯ୍ୟରେ ନିର୍ଘାତ ମାଡ଼ ମାରୁଛନ୍ତି। ସଂପୃକ୍ତ ଭିନ୍ନକ୍ଷମ ଯୁବକ ଜଣକ, ରାଜରାସ୍ତା ଉପରେ ‘ଅଖିଳେଶ ଯାଦବ ଜିନ୍ଦାବାଦ!’ ‘ଭୋଟ ଦେଙ୍ଗେ ଅଖିଲେଶ କୋ!’ କହିବା ପରେ ବିଜେପି ନେତା ମିଆ ଗୋଟିଏ ବାଉଁଶ ବାଡ଼ି ଆଣି ତାଙ୍କ ମୁହଁ ଭିତରେ ପୂରାଇ ଦେବା ସହ ସେଥିରେ ତାଙ୍କୁ ନିର୍ଘାତ ପ୍ରହାର କରୁଛନ୍ତି। ଏହି ଅଭାବନୀୟ ଘଟଣା ଘଟିଥିଲା ସମ୍ଭଲ ସବ୍‌- ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ।


ତେବେ, ଏହି ପୂରା ଘଟଣାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ହରଡ଼ଘଣାରେ ପଡ଼ି ଯାଇଛନ୍ତି ବିଜେପି ନେତା ମିଆ। ଗଣମାଧ୍ୟମକୁ ସଫେଇ ଦେଇ କହିଛନ୍ତି ଯେ ସଂପୃକ୍ତ ଭିନ୍ନକ୍ଷମ ଯୁବକ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା। ତାକୁ ବୁଝାସୁଝା କରିବାକୁ ଯାଇଥିବା ବେଳେ ସେ ତାଙ୍କ ଉପରେ ଆକ୍ରମଣ କରିବାକୁ ବାହାରିଥିଲା ବୋଲି ନିଜ ସଫେଇରେ କହିଛନ୍ତି ବିଜେପି ନେତା ମିଆ। ଏଥିସହ ଏହା ତାଙ୍କୁ ଏବଂ ତାଙ୍କ ଦଳକୁ ବଦନାମ କରିବା ପାଇଁ ବିରୋଧୀ ପକ୍ଷଙ୍କ ଏକ ଚକ୍ରାନ୍ତ ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ଏହି ଘଟଣାରେ ସଂପୃକ୍ତ ଭିନ୍ନକ୍ଷମ ଯୁବକ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।